Advertisment

ଚାକିରିରୁ ବିଦା ହେଲେ ୨ ଶିକ୍ଷକ, ୮ ଜଣଙ୍କୁ ନୋଟିସ୍‌...

୨ ଶିକ୍ଷକ ବହିଷ୍କୃତ, ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍।  ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Two Teachers Disengaged From Service

Two Teachers Disengaged From Service

୨ ଶିକ୍ଷକ ବହିଷ୍କୃତ, ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍। ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ସୁନ୍ଦରଗଡ଼ ଜିଲ୍ଲା ର ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୀର୍ଘ ଦିନ ଅନୁପସ୍ଥିତ ରହିବା ଯୋଗୁ ୨ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇ ଥିବାବେଳେ ଆଉ ୮ ଜଣ ପ୍ରାଥମିକ ଶିକ୍ଷକଙ୍କୁ ସୋ କଜ୍ ନୋଟିସ୍ ଜାରି ହୋଇଛି।

Advertisment

ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ୧୫୪ ଜଣ କନିଷ୍ଠ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ମାଲକାନଗିରି ଜିଲ୍ଲା ର ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବହିଷ୍କାର କରାଯାଇଥିଲା।

ଅଧିକ ପଢ଼ନ୍ତୁ: ବିନା କାରଣରେ ସ୍କୁଲ ଆସୁନଥିଲେ ଶିକ୍ଷକ, ଚାକିରିରୁ ବାହାର କଲେ ସରକାର

Advertisment

ଖାଲି ଏତିକି ନୁହେଁ, ବିନା ଛୁଟିରେ ବର୍ଷ ବର୍ଷ ଧରି ଅନୁପସ୍ଥିତ ଥିବା ୨୪ ଶିକ୍ଷକଙ୍କୁ ମଧ୍ୟ ବହିଷ୍କୃତ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି । ୨୦୧୦ରୁ ଚାକିରି ପାଇଥିବା ୨୪ ଶିକ୍ଷକ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହି ଆସିଥିଲେ। ଏନେଇ ୨୪ ଜଣ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ। 

Teacher
Advertisment
Advertisment