• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖରାଛୁଟି ପରେ ଆଜିଠୁ ଖୋଲିଛି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଇ ଦୁଇ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ହେଉଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଦୁଇ ଜିଲ୍ଲାର ଜିଲ୍ଲାପାଳ । ଏହାସହ ଉଭୟ ଜିଲ୍ଲାରେ ୨୨ରୁ ୨୪ ଯାଏଁ ସକାଳୁଆ ପାଠପଢା ହେବ । ଏଠାରେ ୬ଟାରୁ ୧୦ଟା ଯାଏଁ ଚାଲିବ ପାଠପଢା । ପରେ ୨୬ ତାରିଖରୁ ନିୟମିତ ପାଠପଢା ହେବ ବୋଲି କୁହାଯାଇଛି।...

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ରେ ୨୩ ତାରିଖରେ ଖୋଲିବ ସ୍କୁଲ। ୨୩ ଓ ୨୪ ତାରିଖରେ ସକାଳ ସାଢ଼େ ୬ରୁ ସାଢ଼େ ୯ଟା ଯାଏ ଚାଲିବ ସ୍କୁଲ । ପରେ ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ପାଠପଢ଼ା ହେବ। ସେହିଭଳି ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ୨୩ରେ ଖୋଲିବ ସ୍କୁଲ । ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ସ୍କୁଲ ଚାଲିବ। ବଲାଙ୍ଗିରରେ ୨୨ରୁ ଖୋଲିବ ସ୍କୁଲ, ୨୪ ଯାଏଁ ସକାଳୁଆ କ୍ଲାସ ହେବ ।...

ସେପଟେ ଆଜି ବାହାନଗା ସ୍କୁଲ୍ ବି ଖୋଲିଛି । ନୂତନ ଶ୍ରେଣୀଗୃହ ନିର୍ମାଣ ପରେ ଆଜି ପୁଣି ଥରେ ସ୍କୁଲ୍ ଖୋଲିଛି । ଟ୍ରେନ୍ ଟ୍ରାଜେଡି ପରେ ସ୍କୁଲରେ ମର ଶରୀର ସବୁ ରଖାଯାଇଥିଲା । ମୃତଦେହ ଗୁଡ଼ିକୁ ସେଠାରୁ ସ୍ଥାନାନ୍ତର କରାଯିବା ପରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଶ୍ରେଣୀଗୃହ ଗୁଡ଼ିକ ଭଙ୍ଗା ଯାଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି। ...