Advertisment

ନୂଆ ଘର ନିର୍ମାଣ ପରେ ଖୋଲିଲା ବାହାନଗା ସ୍କୁଲ

ଦୀର୍ଘ ୭ ଦଶନ୍ଧିର ଶିକ୍ଷାନୁଷ୍ଠାନ ନେଇଛି ନୂଆ ରୂପ ।

author-image
Manoranjan Behera
ଅଦ୍ୟତନ ହୋଇଛି
Bahanaga High School Reopen

Bahanaga High School

ଆଜି ଖୋଲୁଛି ବାହାନଗା ସ୍କୁଲ୍ । ନୂତନ ଶ୍ରେଣୀଗୃହ ନିର୍ମାଣ ପରେ ଆଜି ପୁଣି ଥରେ ସ୍କୁଲ୍ ଖୋଲୁଛି । ଟ୍ରେନ୍ ଟ୍ରାଜେଡି ପରେ ସ୍କୁଲରେ ମର ଶରୀର ସବୁ ରଖାଯାଇଥିଲା । ମୃତଦେହ ଗୁଡ଼ିକୁ ସେଠାରୁ ସ୍ଥାନାନ୍ତର କରାଯିବା ପରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଶ୍ରେଣୀଗୃହ ଗୁଡ଼ିକ ଭଙ୍ଗା ଯାଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ।

Advertisment

ଦୀର୍ଘ ୭ ଦଶନ୍ଧିର ଶିକ୍ଷାନୁଷ୍ଠାନ ନେଇଛି ନୂଆ ରୂପ । ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଶତାଧିକ ଶବଙ୍କ ପାଇଁ ଅସ୍ଥାୟୀ ଶବାଗାର ପାଲଟିଥିବା ବାହନଗା ହାଇସ୍କୁଲକୁ ନେଇ ଏବେ ଚର୍ଚ୍ଚା ।  ବାହାନଗା ହାଇସ୍କୁଲ୍ ବାଲେଶ୍ୱର ଜିଲ୍ଲାରେ ଥିବା ପ୍ରାୟ ୭୦ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନ। ଏଠି ପିଲାଏ ପ୍ରଥମରୁ ଦଶମ ପଢ଼ୁଛନ୍ତି। ବାହନଗା ରେଳଦୁର୍ଘଟଣା ପରଠାରୁ ଚର୍ଚ୍ଚାରେ ରହି ଆସିଛି ଏହି ହାଇସ୍କୁଲ୍। କାରଣ ଏହି ସ୍କୁଲ୍ ହିଁ ସେଦିନ ପାଲଟିଥିଲା ଅସ୍ଥାୟୀ ଶବାଗାର। ଏଇ ସ୍କୁଲରେ ହିଁ ରଖା ଯାଇଥିଲା ଶତାଧିକ ମରଶରୀର ।

ଖରାଛୁଟି ପରେ ଆଜିଠୁ ଖୋଲିଛି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏଇ ଦୁଇ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ହେଉଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଦୁଇ ଜିଲ୍ଲାର ଜିଲ୍ଲାପାଳ । ଏହାସହ ଉଭୟ ଜିଲ୍ଲାରେ ୨୨ରୁ ୨୪ ଯାଏଁ ସକାଳୁଆ ପାଠପଢା ହେବ । ଏଠାରେ ୬ଟାରୁ ୧୦ଟା ଯାଏଁ ଚାଲିବ ପାଠପଢା । ପରେ ୨୬ ତାରିଖରୁ ନିୟମିତ ପାଠପଢା ହେବ ବୋଲି କୁହାଯାଇଛି ।

Advertisment

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ୨୩ ତାରିଖରେ ଖୋଲିବ ସ୍କୁଲ । ୨୩ ଓ ୨୪ ତାରିଖରେ ସକାଳ ସାଢ଼େ ୬ରୁ ସାଢ଼େ ୯ଟା ଯାଏ ଚାଲିବ ସ୍କୁଲ ଚାଲିବ। ପରେ ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ପାଠପଢ଼ା ହେବ। ସେହିଭଳି ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ରେ ଖୋଲିବ ସ୍କୁଲ ଖୋଲିବ। ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ସ୍କୁଲ ଚାଲିବ। ବଲାଙ୍ଗିରରେ ୨୨ରୁ ଖୋଲିବ ସ୍କୁଲ, ୨୪ ଯାଏଁ ସକାଳୁଆ କ୍ଲାସ ହେବ ।

Train Mishap Odisha. Odisha Train Mishap
Advertisment
Advertisment