/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681699319.jpg)
odisha school
ଆଜିଠୁ ପୁଣି ସ୍ୱାଭାବିକ ହେଲା ସ୍କୁଲ୍ । ଗ୍ରୀଷ୍ମପ୍ରବାହ ଯୋଗୁଁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ପୁଣି ଥରେ ଖୋଲିଛି । ସକାଳ ସାଢ଼େ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କ୍ଲାସ୍ ହେବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସକାଳୁଆ ହେଉଛି । ବିଦ୍ୟାଳୟଗୁଡିକରେ ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୬ ତାରିଖ ଯାଏଁ ହୋଇଥିଲା ଛୁଟି ଘୋଷଣା ହୋଇଛି । ଏପଟେ ସମ୍ବଲପୁର ଜିଲ୍ଲା ରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଛୁଟି ଅବଧି ବଢାଇଛି ଜିଲ୍ଲା ପ୍ରଶାସନ। ଆଜି ଓ ଆସନ୍ତାକାଲି ମଧ୍ୟ ଜିଲ୍ଲାର ସବୁ ସ୍କୁଲ ବନ୍ଦ ରହିବ । ଅନ୍ୟପଟେ ଆଜିଠୁ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ହେବ ପାଠପଢ଼ା ।
ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବ । ସ୍ଥଳବିଶେଷରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ସମୟ ନିର୍ଘଣ୍ଟ ବଦଳାଇ ପାରିବେ । ଆବଶ୍ୟକ ପଡ଼ିଲେ ଛୁଟି ଘୋଷଣା କରିପାରିବେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)