Advertisment

ଧରାପଡ଼ିଲା ‘ନିଟ୍’ ମାଷ୍ଟର ମାଇଣ୍ଡ ରକି, ୧୦ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଧରାପଡ଼ିଲା ‘ନିଟ୍’ ମାଷ୍ଟର ମାଇଣ୍ଡ । ମୁଖ୍ୟ ଅଭିଯୁକ୍ତ ରାକେଶ ରଂଜନ ଓରଫ ରକି ଗିରଫ । ଗିରଫ ପରେ ୧୦ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ପାଟନାରୁ ରାକେଶକୁ ସିବିଆଇ ଧରିବାରେ ସଫଳ ହୋଇଥିବା ସୂଚନା

author-image
Pallipuspa Samal
ଅଦ୍ୟତନ ହୋଇଛି
NEET paper leak mastermind arrested in Patna

NEET

ଶେଷରେ ବନ୍ଧା ହେଲା NEET ପେପର୍ ଲିକ୍ ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାକେଶ ରଞ୍ଜନ ଓରଫ୍ ରକି। ପାଟନାରୁ ରାକେଶକୁ ସିବିଆଇ ଧରିବାରେ ସଫଳ ହୋଇଛି। ଗିରଫ ପରେ ରାକେଶ୍ ଓରଫ୍ ରକିକୁ ୧୦ ଦିନ ପାଇଁ ସିବିଆଇ ରିମାଣ୍ଡରେ ନେବା ସହ ବିହାରର ପାଟନା ଏବଂ କୋଲକାତାର ୨ଟି ଲେଖାଏଁ ଜାଗାରେ ରେଡ୍ ଚଳାଇଛି ସିବିଆଇ।

Advertisment

NEET ପେପର୍ ଲିକ୍ ମାମଲାରେ ବର୍ତ୍ତମାନ ସୁଦ୍ଧା ଝାଡ଼ଖଣ୍ଡ ହଜାରିବାଗ ସ୍କୁଲ ପ୍ରିନସିପାଲ୍ ଏବଂ ଭାଇସ୍ ପ୍ରିନସିପାଲଙ୍କ ସମେତ ୧୨ରୁ ଅଧିକ ଲୋକଙ୍କୁ ଗିରଫ କରିସାରିଲାଣି ସିବିଆଇ। ବର୍ତ୍ତମାନ ବିଭିନ୍ନ ରାଜ୍ୟର ପୋଲିସ ଫୋର୍ସ ସହ ସିବିଆଇ ଏହି ବିରାଟ ରାକେଟ ବିରୋଧରେ ଖୋଳତାଡ଼ ଜାରି ରଖିଛି।

ଅଧିକ ପଢ଼ନ୍ତୁ: NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲା: CBIକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

Advertisment

ସେପଟେ ଆଜି ସିବିଆଇ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ କରିଛି। NEET-UG ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଜାଲିଆତିକୁ ନେଇ କରିଥିବା ତଦନ୍ତ ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରିଛି। ଜୁଲାଇ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଚଳିତ ବର୍ଷ ନିଟ୍ ପରୀକ୍ଷାକୁ ନେଇ ବିବାଦ ଲାଗି ରହିଛି। ୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପରୀକ୍ଷାରେ ଅନିୟମିତତା ସନ୍ଦେହ କରା ଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ NTA CBIକୁ ତଦନ୍ତ ନିର୍ଦ୍ଦେଶ ଦେଇଛି।

ସୂଚନା ଅନୁସାରେ ପୂର୍ବରୁ NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲା ନେଇ ଷ୍ଟାଟସ୍ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ତଦନ୍ତର ଅଗ୍ରଗତି ନେଇ CBIକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପେପର ଲିକରୁ କେଉଁ ପରୀକ୍ଷାର୍ଥୀ ଫାଇଦା ନେଇଛନ୍ତି NTAକୁ ଚିହ୍ନଟ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେଉଁ ସହର ଓ ପରୀକ୍ଷା କେନ୍ଦ୍ରରେ ପେପର ଲିକ୍ ହୋଇଛି ଜଣାଇବାକୁ କହିଥିଲେ କୋର୍ଟ।

ଅଧିକ ପଢ଼ନ୍ତୁ: ଲିକ୍ ରୋକିବାକୁ ନୂଆ ପଦକ୍ଷେପ, ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ!

NEET
Advertisment
Advertisment