/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720442133.jpg)
NEET-UG Paper Leak
NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ମାମଲା ନେଇ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ତଦନ୍ତର ଅଗ୍ରଗତି ନେଇ CBIକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। NTA, CBI ଓ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ହୋଇଛି।
ପେପର ଲିକ୍ରୁ କେଉଁ ପରୀକ୍ଷାର୍ଥୀ ଫାଇଦା ନେଇଛନ୍ତି NTAକୁ ଚିହ୍ନଟ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ସହର ଓ ପରୀକ୍ଷା କେନ୍ଦ୍ରରେ ପେପର ଲିକ୍ ହୋଇଛି ଜଣାଇବାକୁ କହିଛନ୍ତି କୋର୍ଟ। ଜୁଲାଇ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।
ତେବେ ପରୀକ୍ଷାରେ ଅନିୟମିତତା ହୋଇଥିବାରୁ ପୁଣି ନିଟ-ୟୁଜି ଆୟୋଜନ ଦାବିରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି । ତେବେ କେନ୍ଦ୍ର ସରକାର ପୁନଃ ପରୀକ୍ଷାକୁ ବିରୋଧ କରିଛନ୍ତି । ଅନିୟମିତତା କିଛି ସ୍ଥାନ ଓ କିଛି ପିଲାଙ୍କ ମଧ୍ୟରେ ସୀମିତ। ତେଣୁ ପୁନଃ ପରୀକ୍ଷା କରି ୨୩ ଲକ୍ଷ ପିଲାଙ୍କୁ ହଇରାଣ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ସର୍ବୋଚ୍ଚ ଅଦାଲତ ମଧ୍ୟ ଆଜି ଶୁଣାଣି ବେଳେ ଏଥିରେ କିଛିଟା ଅଂଶରେ ଏକମତ ହୋଇଛନ୍ତି ।
ପୁନଃ ପରୀକ୍ଷା ପାଇଁ ଆବେଦନକାରୀ କରୁଥିବା ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ହେବା ଗୋଟିଏ ସ୍ୱୀକାର ଜନିତ ତଥ୍ୟ। ପେପର ଲିକ ହୋଇଛି ବୋଲି ଆମକୁ ମାନିବାକୁ ପଡ଼ିବ। ତେବେ ପୁନଃ ପରୀକ୍ଷା ଶେଷ ବିକଳ୍ପ। ଏହା ପୂର୍ବରୁ ଲିକ୍ର ସୀମା କେତେ ପର୍ଯ୍ୟନ୍ତ ବ୍ୟାପିଛି, ତା’କୁ ଦେଖିବାକୁ ପଡ଼ିବ। କାରଣ ଏହା ୨୩ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)