• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଶ୍ନପତ୍ର ଲିକ୍ କୁ ରୋକିବା ପାଇଁ ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନପତ୍ର । ନିଟ୍ ପିଜି ପରୀକ୍ଷା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ବିଭାଗୀୟ ଅଧିକାରୀଙ୍କୁ ଭେଟିଛନ୍ତି । ବୈଠକରେ ଏଭଳି ପରାମର୍ଶ ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପରୀକ୍ଷାର କିଛି ସମୟ ପୂର୍ବରୁ ପ୍ରଶ୍ନପତ୍ର ତିଆରି ହେଲେ ଲିକ୍ ହେବାର ଆଶଙ୍କା ରହିବ ନାହିଁ କୁହାଯାଉଛି ।

ଗତ ଜୁନ ୨୩ରେ ପରୀକ୍ଷା ହେବାର ଥିଲା । କିନ୍ତୁ ପ୍ରଶ୍ନପତ୍ର ଲିକ୍ ଆଶଙ୍କା କରି ପରୀକ୍ଷା ରଦ୍ଦ କରାଯାଇଥିଲା । ପରୀକ୍ଷାରେ ପ୍ରଶ୍ନପତ୍ର ତିଆରି କରିବା ଏବଂ ଲିକର ରୁଟ୍‌କୁ ଅନୁଧ୍ୟାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏଥିସହ ଏନଟିଏ ଅଧିକାରୀଙ୍କ ସହ ମଧ୍ୟ ଗୃହମନ୍ତ୍ରୀ ଆଲୋଚନା କରିଛନ୍ତି । ଆଗକୁ ଯାହା ବି ନିଷ୍ପତ୍ତି ନିଆଯିବ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ସେପଟେ ନିଟ୍ ପେପର ଲିକ୍ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆଜି ବିହାରରେ NEET-UG ପେପର୍ ଲିକ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଦ୍ୱୟ ହେଲେ ପାଟନାରୁ ମନୀଷ ପ୍ରକାଶ ଏବଂ ଆଶୁତୋଷ । ଏହି ଦୁଇ ଅଭିଯୁକ୍ତ ଦ୍ୱୟ ପାଟନାରେ ଥିବା ଏକ ହଷ୍ଟେଲରେ ପ୍ରଶ୍ନପତ୍ର ଲିକ୍ କରିଥିବା ଜଣା ପଡ଼ିଛି ।

ନିଟ୍ ପରୀକ୍ଷାର ଗୋଟାଏ ଦିନ ପୂର୍ବରୁ ସେମାନେ ଉକ୍ତ ହଷ୍ଟେଲ୍‌ରେ ପ୍ରଶ୍ନପତ୍ର ସହ ଉତ୍ତର ଖାତା ମଧ୍ୟ ଦେଇଥିବାର ଜଣାପଡ଼ିଛି । ତେବେ ସେହି ସ୍କୁଲଟି ଗୋଟିଏ ରାତି ପାଇଁ ବୁକ୍ ହୋଇଥିବା ଜଣାପଡ଼ିଛି । ଏହା ସହ ପ୍ରଶ୍ନପତ୍ର ଲିକ୍ ହେବା ପରେ ଧରା ପଡ଼ିଯିବା ଭୟରେ ଏହାକୁ ପୋଡ଼ି ଦିଆଯାଇଥିବା ଜଣା ପଡ଼ିଛି ।

ସିବିଆଇ ଅଧିକାରୀମାନେ ଅଭିଯୁକ୍ତ ଦ୍ୱୟଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲେ । NEET ପେପର୍ ଲିକ୍ ସହ ଜଡିତ ୬ଟି ମାମଲାର ତଦନ୍ତ କରୁଛି ସିବିଆଇ । ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ବିହାର, ମହାରାଷ୍ଟ୍ର ଓ ଗୁଜୁରାଟରୁ ଥିବା ବେଳେ ଆଉ ତିନୋଟି ରାଜସ୍ଥାନର ।

ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା MBBS, BDS, AYUSH ଏବଂ ଦେଶର ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଅନ୍ୟାନ୍ୟ ପାଠ୍ୟକ୍ରମରେ ଆଡମିଶନ ପାଇଁ NEET-UG ପରିଚାଳିତ ହୋଇଥାଏ । ଚଳିତ ବର୍ଷର ପରୀକ୍ଷା ୫ ମେ’ରେ ୫୭୧ ଟି ସହରର ୪,୭୫୦ କେନ୍ଦ୍ରରେ କରାଯାଇଥିଲା । ପ୍ରାୟ ୨୩ଲକ୍ଷରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now