Advertisment

Vice Chancellor Positions Vacant in Odisha: ୧୫ବିଶ୍ବବିଦ୍ୟାଳୟରେ ନାହାଁନ୍ତି କୁଳପତି, ୬୬ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି

ରାଜ୍ୟରେ କୁଳପତି ନିଯୁକ୍ତିକୁ ନେଇ ନ୍ୟାୟିକ ଅସଙ୍ଗତି ଦୂର ପରେ ବି ହଟୁନି ବିଶ୍ବବିଦ୍ୟାଳୟ ସମସ୍ୟା।ଏବେ ବି 17ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ଏବେବି 15ଟିରେ କୁଳପତି ପଦ ଖାଲି। ବିଭିନ୍ନ ବିଭାଗରେ ୨ ହଜାର ୨୭ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ମଧ୍ୟରୁ ଖାଲିପଡିଛି ୧୩ ଶହ ୫୩ ଅଧ୍ୟାପକ ପଦବୀ। ଅଛନ୍ତି ମାତ୍ର ୬୭୪। ଅର୍ଥାତ୍ ୬୬ ପ୍ରତିଶତ ଅଧ୍ୟାପକ ପଦବି ଖାଲିପଡିଥିବା ବେଳେ 85 ପ୍ରତିଶତରୁ ଅଧିକ କୁଳପତି ପଦ ଫାଙ୍କା।

author-image
Saroj Kumar Jena
vc

vc

ରାଜ୍ୟରେ 17 ବିଶ୍ବବିଦ୍ୟାଳୟରୁ 15ରେ ନାହାଁନ୍ତି କୁଳପତି। 2 ହଜାର 27 ଅଧ୍ୟାପକ ପଦରୁ 13 ଶହ 53 ଅଧ୍ୟାପକ ପଦ ଖାଲି। କୁଳପତି ନିଯୁକ୍ତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟିକ ଅସଙ୍ଗତି ଦୂର ପରେ ବି ସମସ୍ୟା ଯୋଉଠି ସେଇଠି। ତେବେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କହିବା କଥା, ଉଭୟ ନିଯୁକ୍ତି ପ୍ରକ୍ରିୟା ଯେତେ ଶୀଘ୍ର ସମ୍ଭବ ଆରମ୍ଭ ପାଇଁ ଉଦ୍ୟମ ଚାଲିଛି।
କୁଳପତି ଓ ଅଧ୍ୟାପକ ମରୁଡ଼ି ସ୍ଥିତିରେ କେବେ ଆସିବ ସୁଧାର । ରାଜ୍ୟରେ କୁଳପତି ନିଯୁକ୍ତିକୁ ନେଇ ନ୍ୟାୟିକ ଅସଙ୍ଗତି ଦୂର ପରେ ବି ହଟୁନି ବିଶ୍ବବିଦ୍ୟାଳୟ ସମସ୍ୟା।ଏବେ ବି 17ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ଏବେବି 15ଟିରେ କୁଳପତି ପଦ ଖାଲି। ବିଭିନ୍ନ ବିଭାଗରେ ୨ ହଜାର ୨୭ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ମଧ୍ୟରୁ ଖାଲିପଡିଛି ୧୩ ଶହ ୫୩ ଅଧ୍ୟାପକ ପଦବୀ। ଅଛନ୍ତି ମାତ୍ର ୬୭୪। ଅର୍ଥାତ୍ ୬୬ ପ୍ରତିଶତ ଅଧ୍ୟାପକ ପଦବି ଖାଲିପଡିଥିବା ବେଳେ 85 ପ୍ରତିଶତରୁ ଅଧିକ କୁଳପତି ପଦ ଫାଙ୍କା। ଅତିଥି ଅଧ୍ୟାପକଙ୍କୁ ନେଇ ସଙ୍କଟ ଭିତରେ ଚାଲିଛି ବିଶ୍ବବିଦ୍ୟାଳୟରେ ପାଠପଢା। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବା କଥା, ପୂର୍ବ ସରକାରର ଭୁଲ ପାଇଁ ହୋଇଥିବା ଏଭଳି ସ୍ଥିତିରେ ସୁଧାର ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ 2024 ଆସିବା ଏବଂ ନ୍ୟାୟିକ ଅସଙ୍ଗତି ଉଠିଯିବା ପରେ ଉଭୟ କୁଳପତି ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଯେତେ ଶୀଘ୍ର ସମ୍ଭବ ଏକ ସଙ୍ଗେ କରାଯିବ।

Advertisment

ଅଧିକ ପଢନ୍ତୁ: ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ

ବଡ଼ କଥା ହେଉଛି କୁଳପତି ନିଯୁକ୍ତି ନସରିବା ପର୍ଯ୍ୟନ୍ତ ଅଧ୍ୟାପକ ନିଯୁକ୍ତି ସମ୍ଭବ ନୁହେଁ। ତେଣୁ କୁଳପତି ଚୟନର ପ୍ରଥମ ପାହାଚ ସିଣ୍ଡିକେଟ୍ ଗଠନ ଉପରେ ଏବେ ଗୁରୁତ୍ବ। ୨୦୨୦ ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲରେ ତତ୍କାଳୀନ ସରକାର ୟୁଜିସିର ନିୟମକୁ ଜଳାଞ୍ଜଳି ଦେଇ ଓପିଏସସି ହାତକୁ ଟେକି ଦେବାରୁ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ନୂଆ ଅଧିନିୟମରେ ସରକାର ସେଥିରେ ସଂଶୋଧନ କରିଛନ୍ତି। ଏହା ଅନୁଯାୟୀ କୁଳପତି ଚୟନ ପାଇଁ ପ୍ରଥମେ ସିଣ୍ଡିକେଟ୍ ଗଠନ କରାଯିବ, ଯେଉଁଥିରେ ଜଣେ ଶିକ୍ଷାବିତ୍, କୁଳାଧିପତିଙ୍କ ଜଣେ ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ଜଣେ ପ୍ରତିନିଧିଙ୍କ ସହ 3 ଜଣ ସଦସ୍ୟ ରହିବେ। ଏହି କମିଟି କୁଳପତିଙ୍କ ନାଁ ସୁପାରିଶ କରି ରାଜ୍ୟପାଳଙ୍କ ପାଖକୁ ଅନୁମୋଦନ ପାଇଁ ପଠାଇବେ। ଏସବୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଖୁବ୍ଶୀଘ୍ର କୁଳପତି ନିଯୁକ୍ତି ନେଇ ଆଶା ବଢ଼ିଛି।
ଉଚ୍ଚଶିକ୍ଷା ବିଭାଗରେ ଚାରିବର୍ଷ ଧରି ଲାଗିରହିଥିବା ନିଯୁକ୍ତି ପକ୍ରିୟାରେ ଅଚଳାବସ୍ଥା ଦ୍ବାରା ରାଜ୍ୟରେ ବିଶ୍ବବିଦ୍ୟାଳୟ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ଏକରକମ୍ ଭୁଶୁଡି ପଡିଛି। ଏବେ ଦେଖିବା କଥା କେତେଶୀଘ୍ର କୁଳପତିଙ୍କ ନିଯୁକ୍ତି ପ୍ରକ୍ରିୟା ସରୁଛି, ଏବଂ ପୂରଣ ହେଉଛି ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ।

ଅଧିକ ପଢନ୍ତୁ: ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ

Odisha Universities Vice Chancellor Mohan Majhi
Advertisment
Advertisment