Advertisment

Bhubaneswar Encounter: ୨ ଲୁଟେରାଙ୍କୁ ଏନକାଉଣ୍ଟର, ରାଜଧାନୀରେ ଖେଳାଇଥିଲେ ବ୍ଲାକ୍ ପଲସର୍ ଆତଙ୍କ

ରାଜଧାନୀରେ ଦୁଇ କୁଖ୍ୟାତ ଲୁଟେରାଙ୍କୁ ଏନକାଉଣ୍ଟର । ଲୁଟେରାଙ୍କ ଗୋଡ଼ରେ ଗୁଳି ବାଜିଛି । ଏହି ଦୁଇ ଲୁଟେରା କଳା ପଲସରରେ ଯାଇ ଛିନତାଇ କରୁଥିଲେ । ଅଧିକ ପଢନ୍ତୁ

author-image
Namita Biswal
Bhubaneswar encounter

Bhubaneswar encounter

ରାଜଧାନୀରେ ଡବଲ୍ ଏନକାଉଣ୍ଟର । ଦୁଇ କୁଖ୍ୟାତ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ । ଗତକାଲି ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଲୁଟ୍ ଉଦ୍ୟମ ବେଳେ ବିହାରର ଦୁଇ କୁଖ୍ୟାତ ଲୁଟେରାଙ୍କୁ ଏନକାଉଣ୍ଟର କରାଯାଇଛି । ପୋଲିସ ଗୁଳିରେ ଆହତ ହୋଇଛନ୍ତି ଲୁଟେରା ସୋନୁ ଯାଦବ, ମନୀଷ ଯାଦବ । ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ବର୍ବରତାର ସୀମା ଟପିଲେ, ବ୍ଲେଡରେ ହାତକୁ କାଟିବା ପରେ...

ଗତକାଲି ଦୁଇ ଲୁଟେରା ସୋନୁ ଯାଦବ, ମନୀଷ ଯାଦବ ବଡଗଡ଼ ଥାନା ଅଞ୍ଚଳରେ ଲୁଟ୍ ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ପୋଲିସକୁ ଦେଖି ଦୁହେଁ ଚମ୍ପଟ୍ ମାରୁଥିଲେ । ବାଙ୍କୁଆଳ ନିକଟରେ ପୋଲିସ ଲୁଟେରାଙ୍କୁ କାବୁ କରିଥିଲା । ପୋଲିସ ଉପରକୁ ହଠାତ୍ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ପରେ ଲୁଟେରାଙ୍କ ଗୁଳିର ଜବାବ ଗୁଳିରେ ଦେଇଥିଲା ପୋଲିସ । ଏନକାଉଣ୍ଟରରେ ସେମାନଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । 

ବିହାରର ଏହି ଦୁଇ ଲୁଟେରାଙ୍କ ନାଁରେ ୧୫ରୁ ଅଧିକ ଛିନତାଇ ମାମଲା ରହିଥିବା ସୂଚନା ମିଳିଛି । ଏମାନେ ବିହାରରୁ ଆସି ଭୁବନେଶ୍ବରରେ ଖେଳାଇଥିଲେ ବ୍ଲାକ୍ ପଲସର୍ ଆତଙ୍କ । କଳା ପଲସରରେ ଯାଇ ଛିନତାଇ କରୁଥିଲେ । ଅଭିଯୁକ୍ତଙ୍କ ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି । 

Advertisment

ଅଧିକ ପଢ଼ନ୍ତୁ: ପୋଲିସ ଖେଳିଲା ଚକା ଭଉଁରୀ; ୨୦ କିଲୋମିଟର ପରେ...

Bhubaneswar Encounter Lootera
Advertisment
Advertisment