/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747890351.jpg)
Deadbody On Railway Tracks
ରାଜଧାନୀରେ ଚାଞ୍ଚଲ୍ୟ । ଯୁବକଙ୍କୁ ହତ୍ୟା ଅଭିଯୋଗ। ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଭୀମଟାଙ୍ଗୀ ଖଣ୍ଡୁଆଳ ସାହିର ସନାତନ ରାଉତ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
Advertisment
ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ସନାତନଙ୍କ ପରିବାର । ସନାତନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ କହିଛନ୍ତି । ଷ୍ଟେସନ ଆସିଥିଲା ହେଲେ ଆଉ ଫେରିଲାନି ବୋଲି କାନ୍ଦି କାନ୍ଦି କହିଛନ୍ତି ପରିବାରଲୋକେ । ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍ ଚଳାଇଛି । ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । ସନାତନଙ୍କ ପକେଟରୁ କିଛି ଟଙ୍କା ମଧ୍ୟ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)