Advertisment

Ganjam Firing Incident: ରକ୍ତମୁଖା ସାଜିଲା ଭଣଜା, ମାଇଁକୁ ଗୁଳିମାଡ଼ କରି ଫେରାର

ରକ୍ତମୁଖା ସାଜିଲା ଭଣଜା । ମାମୁଁକୁ ଗୁଳିମାଡ଼ କରୁଥିବାବେଳେ ମଝିଲେ ଆସିଲେ ମାଇଁ । ମହିଳାଙ୍କ ଦେହରେ ଗୁଳି ବାଜିବାରୁ ସେ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡ଼ିଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Firing in Khallikot

Firing in Khallikot

ଗଞ୍ଜାମରେ ଫୁଟିଲା ଗୁଳି ।  ମାଇଁକୁ ଗୁଳିମାଡ଼ କରି ଭଣଜା ଫେରାର । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଏଭଳି ଘଟଣା ଘଟିଛି ।  ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହି ଗୁଳିମାଡ଼ ପରେ ଖଲ୍ଲିକୋଟ ସ୍ଥିତ କୋଦଳା ଥାନା ରାମପଲ୍ଲୀ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । 

Advertisment

ସୂଚନା ଅନୁସାରେ, ମାମୁଁ ଓ ଭଣଜାଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । କୌଣସି କାରଣରୁ ମାମୁଁକୁ ଗୁଳି ମାରିବାକୁ ଚେଷ୍ଟା କରିଥିଲା ଭଣଜା । ଗୁଳି ଫୁଟାଇବା ବେଳେ ମାଇଁ ସାମ୍‌ନାକୁ ଆସିଥିବାରୁ ଗୁଳି ବାଜିଥିବା ସୂଚନା ରହିଛି । ସମ୍ପୃକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସେପଟେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । 

ଅଧିକ ପଢନ୍ତୁ : ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଭୁବନେଶ୍ୱର!

Ganjam Firing Murder Attempt
Advertisment
Related Articles
Advertisment