/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709607531.jpg)
Brown Sugar
ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ହତ୍ୟା ଅଭିଯୋଗ। ମୃତ ଯୁବକ ହେଲେ ଭୁବନେଶ୍ୱର ଡେଲ୍ଟା ଛକ ରେଙ୍ଗାଲି ବସ୍ତିର ଦୀପକ ସାହୁ। ତାଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ମାଆ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ଦୀପକ କିଛି ଯୁବକଙ୍କ ସହ ଘରୁ ବାହାରକୁ ଯାଇଥିଲେ।
ଦିନ ୨ଟା ବେଳେ ତାଙ୍କର ୨ଜଣ ସାଙ୍ଗ ଦୀପକଙ୍କୁ ଅଚେତ ଅବସ୍ଥାରେ ଘରକୁ ଆଣିଥିଲେ । ଅତ୍ୟଧିକ ବ୍ରାଉନସୁଗାର ଖାଇଥିବାରୁ ସେ ଅଚେତ ହୋଇଯାଇଥିବା ସେମାନେ କହିଥିଲେ। ତୁରନ୍ତ ପରିବାର ଲୋକେ ଦୀପକଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ଏବଂ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି କହିଛି ପୋଲିସ ।
ସେହିଭଳି କଟକରେ ମହିଳାଙ୍କୁ ଛୁରି ଭୁସି ହତ୍ୟା। ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତ, ମହିଳାଙ୍କୁ ଛୁରା ମାଡ କରିଛି। କଟକ CRRI ଥାନା ଦେବେନ୍ଦ୍ର ନଗରରେ ଘଟିଛି ହତ୍ୟାକାଣ୍ଡ। ସୂଚନା ଅନୁସାରେ, ଦେବେନ୍ଦ୍ରନଗରର ସଂପୃକ୍ତ ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲା ଯୁବକ ଜଣକ। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହୋଇଥିବା ମୁନ୍ନା ନାମକ ଯୁବକ ଜଣକ।
ପୂର୍ବରୁ ଅସଦାଚରଣ କରିବା ଅଭିଯୋଗରେ ଜେଲ୍ ବି ଯାଇଥିଲା। ଆଜି ସନ୍ଧ୍ୟାରେ ଉତ୍ତ୍ୟକ୍ତ ମୁନା ସଂପୃକ୍ତ ମହିଳାଙ୍କ ଘରେ ପଶି ଟଣା ଓଟରା କରିଥିଲା। କିନ୍ତୁ ଏହାର ପ୍ରତିବାଦ କରିବାରୁ ସାଙ୍ଗରେ ଆଣିଥିବା ଛୁରିରେ ଆକ୍ରମଣ କରିଥିଲା ଅଭିଯୁକ୍ତ। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। CRRI ଥାନା ପୋଲିସ ଅଭିଯୁକ୍ତକୁ ଖୋଜୁଥିବା ବେଳେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)