• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମୃତ୍ୟୁ ଘଟଣାରେ ପତ୍ନୀ ଆଣିଲେ ନୂଆ ମୋଡ଼ । କହିଲେ ମୋ ସ୍ୱାମୀ ମମିତାଙ୍କୁ କରିନାହାନ୍ତି ହତ୍ୟା । ସେ ସେଭଳି ବ୍ୟକ୍ତି ନଥିଲେ । ତାଙ୍କୁ ଫଶେଇ ଦିଆଯାଇଛି । ଏହାସହ କେଗାଁ ଥାନାରେ ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀ ସୁଷମା ଦେଲେ ଏତଲା । ତାଙ୍କ ସ୍ୱାମୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ପତ୍ନୀ ସୁଷମା ବାରମ୍ବାର କହୁଛନ୍ତି ।

ଖାଲି ସେତିକି ନୁହେଁ ସୁଷମା ଆହୁରି ମଧ୍ୟ କହିଛନ୍ତି, ‘ମୋ ସ୍ୱାମୀ ବହୁତ ଷ୍ଟ୍ରଙ୍ଗ ଲୋକ ଥିଲେକେବେ ବି ଆତ୍ମହତ୍ୟା କରିବା କଥା ଭାବି ପାରିବେ ନାହିଁ । ମୋ ସ୍ୱାମୀଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଦାୟୀ । ଏମିତିକି ଯିଏ ତାଙ୍କୁ ରଖିଥିଲେ ସେମାନେ ତାଙ୍କୁ ସୁରକ୍ଷିତ ରଖିବା କଥା । ତେଣୁ ମୋ ସ୍ୱାମୀଙ୍କ ମୃତ୍ୟୁ ପାଇଁ ସେମାନେ ଦାୟୀ । ଏହାସହ ଗତକାଲି ୧୧ଟାରେ ଗୋବିନ୍ଦ ଘରକୁ ଫୋନ୍ କରିଥିଲେ ଘରର ଭଲମନ୍ଦ କଥା ବୁଝାବୁଝି କରିଥିଲେ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ।’

ଅଧିକ ପଢ଼ନ୍ତୁ: ଦିନେ ପ୍ରତିଶୋଧ ପରାୟଣ ହୋଇ ଜୀବନ ନେଇଥିଲା, ଆଜି ନିଜେ ଜୀବନ ହାରିଦେଲା

ଅନ୍ୟପଟେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ରିପୋର୍ଟ ମାଗିଲେ OHRC । ନିଜ ଆଡୁ ମାମଲା କରି ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଡିଜି ଓ ବଲାଙ୍ଗିର SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଗୋବିନ୍ଦ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । 

ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ DIG ଶୁଭକାନ୍ତ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମ୍ବଲପୁର ପ୍ରିଜନ୍ DIG ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ କହିଛନ୍ତି । ନିଶ୍ଚିତ ଭାବେ ଜେଲ୍ କର୍ମଚାରୀଙ୍କ ଅବହେଳା ରହିଛି କହିଛନ୍ତି DIG । ନହେଲେ ମୂଲ୍ୟବାନ ଜୀବନ ଯାଇନଥାନ୍ତା । ରିପୋର୍ଟ ମିଳିଲା ପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆଜି ସକାଳେ ଜେଲ୍ ଭିତରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଝୁଲନ୍ତା ଅବସ୍ଥାରେ ଗୋବିନ୍ଦଙ୍କୁ ଉଦ୍ଧାର କରାଯାଇଥିଲା । କଣ୍ଟାବାଞ୍ଜି ମେଡିକାଲ୍‌ରେ ଭର୍ତ୍ତି ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମିଳିଥିବା ସୂଚନା ମୁତାବକ, ଆଜି ହିଁ କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ । ହେଲେ ତାପୂର୍ବରୁ ତାଙ୍କ ଆତ୍ମହତ୍ୟା ଏବେ ଅନେକ ପ୍ରଶ୍ନ ତିଆରି କରିଛି ।