• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଗୋବିନ୍ଦଙ୍କ ଅଚାନକ ଆତ୍ମହତ୍ୟା ଖବର ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ତେବେ ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ବଡ଼ ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ । କହିଲେ, ‘ମୋ ସ୍ୱାମୀ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ସେ ବହୁତ ଷ୍ଟ୍ରଙ୍ଗ ଲୋକ ଥିଲେ, କେବେ ବି ଆତ୍ମହତ୍ୟା କରିବା କଥା ଭାବି ପାରିବେ ନାହିଁ । ତାଙ୍କୁ ପ୍ଲାନ କରି ହତ୍ୟା କରାଯାଇଛି । ମୋ ସ୍ୱାମୀଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଦାୟୀ । ଏମିତିକି ଯିଏ ତାଙ୍କୁ ରଖିଥିଲେ ସେମାନେ ତାଙ୍କୁ ସୁରକ୍ଷିତ ରଖିବା କଥା । ତେଣୁ ମୋ ସ୍ୱାମୀଙ୍କ ମୃତ୍ୟୁ ପାଇଁ ସେମାନେ ଦାୟୀ ବୋଲି ପତ୍ନୀ କହିଲେ । ଏହାସହ ଗତକାଲି ୧୧ଟାରେ ଗୋବିନ୍ଦ ଘରକୁ ଫୋନ୍ କରିଥିଲେ ଘରର ଭଲମନ୍ଦ କଥା ବୁଝାବୁଝି କରିଥିଲେ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ । 

ବଲାଙ୍ଗିର କଣ୍ଟାବାଞ୍ଜି ଜେଲ୍‌ରେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କିନ୍ତୁ ଏହା ଆତ୍ସହତ୍ୟା ନା ଆଉ କିଛି ଷଡ଼ଯନ୍ତ୍ର, ସେନେଇ ପ୍ରଶ୍ନ ଉଠୁଛି । ଏହାରି ମଧ୍ୟରେ ଗୋବିନ୍ଦ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । 

ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ DIG ଶୁଭକାନ୍ତ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମ୍ବଲପୁର ପ୍ରିଜନ୍ DIG ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ କହିଛନ୍ତି । ନିଶ୍ଚିତ ଭାବେ ଜେଲ୍ କର୍ମଚାରୀଙ୍କ ଅବହେଳା ରହିଛି କହିଛନ୍ତି DIG । ନହେଲେ ମୂଲ୍ୟବାନ ଜୀବନ ଯାଇନଥାନ୍ତା । ରିପୋର୍ଟ ମିଳିଲା ପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଧିକ ପଢ଼ନ୍ତୁ: ଦିନେ ପ୍ରତିଶୋଧ ପରାୟଣ ହୋଇ ଜୀବନ ନେଇଥିଲା, ଆଜି ନିଜେ ଜୀବନ ହାରିଦେଲା

ଆଜି ସକାଳେ ଜେଲ୍ ଭିତରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଝୁଲନ୍ତା ଅବସ୍ଥାରେ ଗୋବିନ୍ଦଙ୍କୁ ଉଦ୍ଧାର କରାଯାଇଥିଲା । କଣ୍ଟାବାଞ୍ଜି ମେଡିକାଲ୍‌ରେ ଭର୍ତ୍ତି ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମିଳିଥିବା ସୂଚନା ମୁତାବକ, ଆଜି ହିଁ କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ । ହେଲେ ତାପୂର୍ବରୁ ତାଙ୍କ ଆତ୍ମହତ୍ୟା ଏବେ ଅନେକ ପ୍ରଶ୍ନ ଛାଡ଼ିଛି ।

ମମିତା ମେହେର ମୃତ୍ୟୁ ମାମଲା ରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ । ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା ଏହି ମାମଲାରେ ସଂପୃକ୍ତି ଅଭିଯୋଗ ରହିଛି । ତେଣୁ ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବାକୁ ଗୋବିନ୍ଦର ହତ୍ୟା କରାଯାଇଥିବା ରାଜନୈତିକ ଦଳମାନେ ଅଭିଯୋଗ କରିଛନ୍ତି ।