Advertisment

ହାତୀ ମୃତ୍ୟୁ ମାମଲାରେ ବନ କର୍ମଚାରୀଙ୍କ ବିରୋଧରେ FIR ହୋଇନି କାହିଁକି: ହାଇକୋର୍ଟ

ହାତୀ ସୁରକ୍ଷା କରିଡର ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ।

author-image
Chandan Shishu
ଅଦ୍ୟତନ ହୋଇଛି
High Court on Jumbo Death Case

High Court on jumbo death case

ଶିମିଳିପାଳ ହାତୀ ମୃତ୍ୟୁ ମାମଲା ନେଇ ହାଇକୋର୍ଟ ରେ ହେଲା ଶୁଣାଣୀ। ପିସିସିଏଫ, ଜେଟିଏଫକୁ କୋର୍ଟ କଲେ ଭର୍ତ୍ସନା। ଶିମିଳିପାଳ ହାତୀ ମୃତ୍ୟୁ ଘଟଣାରେ ତିନି ଜଣ ବନ କର୍ମଚାରୀଙ୍କ ସଂପୃକ୍ତି ନେଇ କୋର୍ଟରେ ସ୍ୱୀକାର କରିଛନ୍ତି ପିସିସିଏଫ। ସମ୍ପୃକ୍ତ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିବା କୋର୍ଟରେ ପିସିସିଏଫ ସୂଚନା ଦେଇଛନ୍ତି। 

Advertisment

ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାହିଁକି FIR ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏ ନେଇ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହାତୀ ସୁରକ୍ଷା କରିଡର ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ଆସନ୍ତା ୨୨ ଡିସେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବା ନେଇ ଆବେଦନକାରୀଙ୍କ ଆଇନଜୀବୀ ସୂଚନା ଦେଇଛନ୍ତି। 

ଅଧିକ ପଢ଼ନ୍ତୁ | ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ !

High Court Elephant Death
Advertisment
Advertisment