Advertisment

Naba Das Murder: ନବ ଦାସ ହତ୍ୟାକାଣ୍ଡ ପଛରେ କିଏ, ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ କଲେ ସରକାର

ନବ ଦାସ ମର୍ଡର ଫାଇଲ୍ ଖୋଲିଲେ ମୋହନ ସରକାର। ପଦାକୁ ଆସିବ ଷଡ଼ଯନ୍ତ୍ର ଥିଓରି! ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ଫସିବେ ମର୍ଡର ପଛରେ ଥିବା ବଡ଼ବଡ଼ିଆ! ଆଜିଠୁ ଆରମ୍ଭ ହୋଇଛି ପ୍ରକ୍ରିୟା। ପୁଣି ଥରେ ନବଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ।

ଅଦ୍ୟତନ ହୋଇଛି
naba

naba

Advertisment

ନବ ଦାସହତ୍ୟାକାଣ୍ଡର ପ୍ରକୃତ କାରଣ କଣ। ଅଭିଯୁକ୍ତ ଗୋପାଳ ପଛରେ କିଏ। ମର୍ଡର ପଛରେ ପଲିଟିକାଲ ନା ବ୍ୟାବସାୟିକ ଷଡ଼ଯନ୍ତ୍ର। ଏସବୁ ଖୋଜିବାକୁ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନୂଆ ସରକାର। ନବଙ୍କ ପତ୍ନୀ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଆଜି କରାଇବ୍ରାଞ୍ଚର ଦୁଇ ଅଧିକାରୀ ନବଙ୍କ ଘରେ ପହଂଚି ତାଙ୍କ ପରିବାର ସଦସ୍ୟଙ୍କ ପୁଣି ଥରେ ବୟାନ ରେକର୍ଡ କରିଛନ୍ତି। ନବଙ୍କ ଝିଅ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କଠାରୁ ସାକ୍ଷାତ ପାଇଁ ଅନୁମତି ମିଳିବା ପରେ, CBI ତଦନ୍ତ ଲେଟର୍ ଦେବୁ। ତେବେ ଆଗକୁ ତଦନ୍ତ କେଉଁ ମୋଡ଼ ନେଇପାରେ ।

Advertisment

ନବ ଦାସ ମର୍ଡର ଫାଇଲ୍ ଖୋଲିଲେ ମୋହନ ସରକାର। ପଦାକୁ ଆସିବ ଷଡ଼ଯନ୍ତ୍ର ଥିଓରି! ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ଫସିବେ ମର୍ଡର ପଛରେ ଥିବା ବଡ଼ବଡ଼ିଆ! ଆଜିଠୁ ଆରମ୍ଭ ହୋଇଛି ପ୍ରକ୍ରିୟା। ପୁଣି ଥରେ ନବଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ। ଏହା ଭିତରେ ନବଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ପରେ ଆଜି ଝାରସୁଗୁଡାସ୍ଥିତ ନବଙ୍କ ଘରେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚର ଦୁଇ ଅଧିକାରୀ। ସେଠାରେ ପ୍ରାୟ ୭ ଘଣ୍ଟା ଧରି ରହିବା ସହ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ଏହି ତଦନ୍ତକାରୀ ସଂସ୍ଥା। ଏହାପରେ ନବଙ୍କ ଝିଅ ଦୀପାଳି କହିଛନ୍ତି, ଆମ ପରିବାର ତରଫରୁ ଯାହା ଷ୍ଟେଟମେଣ୍ଟ ଦେବାର ଥିଲା ଦେଇଛୁ। ଆମ ଷ୍ଟେଟମେଣ୍ଟ ଆଧାରରେ ତଦନ୍ତ ଆଗକୁ ଯିବ ବୋଲି ଆଶା। ତାସହ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗ କହିଛନ୍ତି, ଆମ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଛୁ। ଅନୁମତି ମିଳିଲେ CBI ତଦନ୍ତ ଲେଟର ଦେବୁ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Advertisment

ଏପଟେ ବିଧାନସଭାରେ ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ନବ ଦାସ ହତ୍ୟା କାଣ୍ଡରେ ସେମାନେ ନ୍ୟାୟ ଦେଇ ପାରି ନଥିଲେ। ଯେଉଁ ଭଳି ତଦନ୍ତ ହେବା କଥା, ନ୍ୟାୟ ମିଳିବା କଥା ତାହା ହୋଇପାରିନି. ଯାହାକୁ ନେଇ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ। ଆମ ସରକାରକୁ ଲେଖିକି ଦେବା ପରେ ଆଜିଠାରୁ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ତଦନ୍ତର ଅନେକ ଦିଗ ବନ୍ଦ ଥିଲା, ଯେଉଁଠି ଯେଉଁଠି ଲିଙ୍କ ଅଛି ଓପନ୍ ହେବ। ଏବେଠୁ ନିରପେକ୍ଷ ଭାବେ ତଦନ୍ତ ହେବ। ବିଜେଡି କହିଛି ପୂର୍ବ ତଦନ୍ତ ଠିକ୍ ଥିଲା। ପ୍ରଶ୍ନ କରିଛି, କାହିଁକି ସିବିଆଇ ତଦନ୍ତରୁ ପଛଘୁଞ୍ଚା ଦେଉଛନ୍ତି ରାଜ୍ୟ ସରକାର?

ଆଜି କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଆଗରେ କଣ ବୟାନ ରଖିଛନ୍ତି ନବ ଦାସଙ୍କ ପରିବାର ତାକୁ ନେଇ ଏବେ ଚର୍ଚ୍ଚା। କାହିଁକି ପୂର୍ବ ତଦନ୍ତରେ ସେମାନେ ଅସନ୍ତୁଷ୍ଟ ତାହା ଜଣାଇଛନ୍ତି କି। ପୂର୍ବ ତଦନ୍ତରେ କେଉଁ ଦିଗ ବାକି ରହିଗଲା ତାହା ଉଲ୍ଲେଖ କରିଛନ୍ତି କି। କିମ୍ବା ତାଙ୍କ ପରିବାର କ୍ରାଇମବ୍ରାଞ୍ଚକୁ କିଛି ନୂଆ ପ୍ରମାଣ ଦେଇଛନ୍ତି କି। ସାନି ତଦନ୍ତରେ କେଉଁ ଦିଗରେ ପୁଣି ଆଗକୁ ବଢିବ କ୍ରାଇମବ୍ରାଞ୍ଚ। ବଡ଼ କଥା ହେଉଛି ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ଷଡ଼ଯନ୍ତ୍ର ଥିଓରି ସାମ୍ନାକୁ ଆସିବ କି। ପୂର୍ବ ସରକାର ତଦନ୍ତ ସମୟରେ ଅନେକ ବିବାଦ ରହିଛି, ଯାହା ସାନି ତଦନ୍ତରେ କ୍ରାଇମବ୍ରାଞ୍ଚ ପାଇଁ ଚାଲେଞ୍ଜ ହୋଇପାରେ। ଯେମିତି କି ନବଙ୍କ ରକ୍ତ ଭିଜା ସାର୍ଟ ଖୋଜିବା। ନବଙ୍କ ଦେହରେ ବାଜିଥିବା ଗୁଳି ଖୋକାକୁ କାଢ଼ିବା, ଏହା ସହ ସବୁଠୁ ବଡ କଥା ହେଲା ମର୍ଡର ପଛର ମୋଟିଭ ଖୋଜିବା।

Advertisment

ଅଧିକ ପଢ଼ନ୍ତୁ: ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ? ଜାମିନ ଆବେଦନ ପରେ ବଢିଲା ଚର୍ଚ୍ଚା...

Murder Crime Branch Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ