Advertisment

ମର୍ଡର ନୁହେଁ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ! ବିଶ୍ୱାସ କରିପାରୁ ନାହାନ୍ତି ପରିବାର ଲୋକ...

ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି ଚିନ୍ମୟୀଙ୍କ ମାଆ । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ ।

ଅଦ୍ୟତନ ହୋଇଛି
undefined

Chinmayee

Advertisment

ମର୍ଡର ନୁହେଁ ଚିନ୍ମୟୀଙ୍କ ମୃତ୍ୟୁ । ପାଣିରେ ବୁଡ଼ି ହିଁ ମରିଛନ୍ତି ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ । ଆଜି ଗଣମାଧ୍ୟମ ଆଗରେ ଏହା ସ୍ପଷ୍ଟ କରିଛନ୍ତି ନିଜେ ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧର । ସେ କହିଛନ୍ତି ସିସିଟିଭି, ସୋସିଆଲ୍ ମିଡିଆ ଓ ଅନ୍ୟ ସମସ୍ତ ପାରିପାର୍ଶ୍ୱିକ ତଥ୍ୟ ପ୍ରମାଣରୁ ଏହା ହତ୍ୟା ନୁହେଁ ବୋଲି ଜଣାପଡ଼ିଛି । ତେବେ ଚିନ୍ମୟୀ କେଉଁ ପରିସ୍ଥିତିରେ ପାଣିରେ ବୁଡ଼ିଲେ ?

Advertisment

ପାଣିରେ ବୁଡ଼ିବା ଦୁର୍ଘଟଣା ନା ଆଉ କିଛି ? ଯଦି ଆତ୍ମହତ୍ୟା, ତାହାଲେ ସେଥିରେ କାହାର ଭୂମିକା ? ଏସବୁ ଦିଗରେ ତଦନ୍ତ ଏଯାଏଁ ଶେଷ ହୋଇ ନାହିଁ । ଭିସେରା ରିପୋର୍ଟ ଆସିବା ପରେ ଆହୁରି ସତ୍ୟତା ଜଣାପଡ଼ିବ । ଥାନାରେ ଅଟକ ଚିନ୍ମୟୀଙ୍କ ଦୁଇ ବନ୍ଧୁଙ୍କୁ ୧୬୦ ଧାରାରେ ନୋଟିସ୍ କରି ବେଲ୍ ବଣ୍ଡରେ ଛାଡ଼ି ଦିଆଯାଇଛି । ତଦନ୍ତର ଯେଉଁ ସମୟରେ ଆବଶ୍ୟକ ପଡ଼ିବ ପୁଣି ଉଭୟଙ୍କୁ ଡକାଯିବ ।

ସେପଟେ ସମ୍ବଲପୁର ବୁର୍ଲା ଥାନାରୁ ନିଜ ବାପାଙ୍କ ସହ ବାହାରୁଥିବା ବେଳେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କୁ ଘେରିଥିଲେ ଗଣମାଧ୍ୟମ ପ୍ରତିନିଧି । ପୋଲିସ୍ ତଦନ୍ତଠୁ ଘଟଣାକ୍ରମ ସମ୍ପର୍କରେ ତାଙ୍କ ମୁହଁରୁ ଶୁଣିବାକୁ ଚାହିଁଥିଲେ ବି ପ୍ରୀତିମାନ କୌଣସି ସୂଚନା ଦେଇନଥିଲେ ବରଂ ପୋଲିସ ଠାରୁ ସତ କଣ ବୁଝିନେବାକୁ କହିଥିଲେ। ତେଣେ ପ୍ରୀତିମାନଙ୍କ ବାପା ପ୍ରଣବ ଦେ କହିଥିଲେ ମୋର ଶତ ପ୍ରତିଶତ ବିଶ୍ୱାସ, ମୋ ପୁଅ ନିର୍ଦ୍ଦୋଷ । ପୋଲିସ ଡାକିଥିବାରୁ ପୁଅକୁ ଜିମାରେ ନେବାକୁ ଆସିଥିଲି, ପୋଲିସ ତଦନ୍ତ ଚଳାଇଛି, ନିଶ୍ଚିତ ଭାବେ ସତ ସାମ୍ନାକୁ ଆସିବ ।

Advertisment

ତେବେ ପୋଲିସ୍‌ର ତଦନ୍ତ ଥିଓରୀକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି ମୃତା ଚିନ୍ମୟୀଙ୍କ ମାଆ । କହିଛନ୍ତି ଯଦି ଚିନ୍ମୟୀ ପାଣିରେ ବୁଡ଼ି ମରିଥିବା ପୋଲିସ କହୁଛି- ତାହାଲେ ତାଙ୍କ ଝିଅକୁ କେହି ଠେଲି ଦେଇଛି ନଚେତ୍ ମାରି ଫିଙ୍ଗି ଦେଇଛି । ବେକରେ ଥିବା ଦାଗ ଓ ଝିଅ ସହ ତାଙ୍କର କଥାବାର୍ତ୍ତାକୁ ପୋଲିସ ଆଦୌ ତଦନ୍ତ ପରିସରଭୁକ୍ତ କରୁନାହିଁ । 

ଏନେଇ ସନ୍ଦେହ ସିଧା ପୁରୁଷବନ୍ଧୁଙ୍କ ଆଡକୁ ନେଇ ଚିନ୍ମୟୀଙ୍କ ମାଆ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଝିଅ ଘରକୁ ଆସିବା କଥା, ହେଲେ ପାୱାର ଚ୍ୟାନେଲ ପାଖକୁ ନେଲା କି ? ଯିଏ ସାଥିରେ ଥିଲା ତାଠୁ ଚିନ୍ମୟୀଙ୍କ ମୋବାଇଲ୍ ଫୋନ୍ ମିଳିଛି । ତାଙ୍କୁ ଏଯାଏଁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିବା ସହ ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ ।

Advertisment

ମାର୍ଚ୍ଚ ୧ରେ ବୁର୍ଲା ପାୱାର ଚ୍ୟାନେଲରୁ ମିଳିଥିଲା ଚିନ୍ମୟୀ ସାହୁଙ୍କ ମୃତଦେହ । ଘଟଣାକୁ ନେଇ ହଇଚଇ ପରେ ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସପି ଗତ ରବିବାର ରାତିରେ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସର ପଲିଗ୍ରାଫ୍ ଟେଷ୍ଟ ବି କରାଯାଇଥିଲା। ଯେଉଁଥିରେ ଚିନ୍ମୟୀ ମୃତ୍ୟୁ ମାମଲାରେ ଉଭୟେ ପୂର୍ବରୁ ଯାହା କହିଥିଲେ, ତାହା ସତ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

Murder Murder Case Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ