Vigilance Raid: ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ, ୪ ବହୁତଳ କୋଠା ସହ ୧୧ ଦାମୀ ପ୍ଲଟ୍ ଠାବ

ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ । ପାଖରେ ଥୁଆ ହୋଇଛି ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ ।

ଆଖି ଖୋସି ହେଲା ଭଳି ସମ୍ପତ୍ତି

କଟକ STA ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ପୁଳାପୁଳା ଟଙ୍କା, ସୁନାରୁପା ଅଳଙ୍କାର, ସୁନା ବିସ୍କୁଟ । ଯେତେ ଖୋଳୁଛି ଭିଜିଲାନ୍ସ, ସେତେ ମିଳୁଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାରେ ରେଡ୍ ବେଳେ ବାବୁଙ୍କର ମିଳିଲାଣି ମାଳମାଳ ସଂପତ୍ତିର ତାଲିକା ।

ଅଧିକ ପଢ଼ନ୍ତୁ: ବାଲେଶ୍ବର ସହରରେ ବୁଲା କୁକୁର ଆତଙ୍କ, କୁକୁର ପାଇଁ ନିଇତି ଘଟୁଛି ଦୁର୍ଘଟଣା

ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ । ପାଖରେ ଥୁଆ ହୋଇଛି ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ । ଏବେ ଯାଏ ୧୫ ଲକ୍ଷର ନଗଦ ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଦେଖି ଜଳକା ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି । ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି । ରେଡ୍‌ରୁ ଜଣାପଡିଛି, ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୪ଟି ବହୁତଳ କୋଠା ।

ଭୁବନେଶ୍ୱର ରଘୁନାଥପୁରରେ ଏକ ଫ୍ଲାଟ ପାଇଁ ଦେଇଛନ୍ତି କୋଟିଏ ଟଙ୍କା । କିଣିଛନ୍ତି ୧୧ଟି ପ୍ଲଟ । ଆଉ ଏହି ପ୍ଲଟ୍‌ ଗୁଡିକ ମଧ୍ୟରେ ରହିଛି ଭୁବନେଶ୍ବର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ ଭଳି ଦାମୀ ସ୍ଥାନ ମାନଙ୍କରେ । ଯେଉଁଠି ଜମିର ମୂଲ୍ୟ ଆକାଶ ଛୁଆଁ । ନୟାଗଡ଼ କୁଶପଲ୍ଲାରେ ବି ରହିଛି ୧୪ ଏକରର ଏକ ଫାର୍ମ ହାଉସ । ଏହାସହ ରହିଛି ପ୍ରଦୀପଙ୍କ ପାଖରେ ବେନାମୀ ୩ଟି ଚାରି ଚକିଆ ଗାଡ଼ି ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ।

ଭୁବନେଶ୍ବରରେ ଆରଟିଓ ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ ମହାନ୍ତି ପରବର୍ତ୍ତୀ ଅବସ୍ଥାରେ କଟକ STA ଯୁଗ୍ମ କମିଶନର ଭାବେ ନିଯୁକ୍ତି ପାଇଥିଲେ । ତେବେ ତାଙ୍କର କାର୍ଯ୍ୟକାଳ ଭିତରେ ଏହି ଆୟବହିର୍ଭୁତ ବିପୁଳ ସଂପତ୍ତି ଠୁଳ କରିନଥିଲେ ତ ? ସେଇଥିପାଇଁ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଜାରି ରଖିଛି । ତେବେ ଏତେ ଟଙ୍କା ଆସିଲା କେଉଁଠୁ? ପ୍ରଦୀପଙ୍କ ଆୟର ଉତ୍ସ କଣ? ଦୁର୍ନୀତିଖୋର ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ କାହିଁକି ଚେତୁନାହାନ୍ତି ସରକାରୀ ବାବୁ? ତାହା ହିଁ ବଡ଼ ପ୍ରଶ୍ନ ।

ଅଧିକ ପଢ଼ନ୍ତୁ: ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା