• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭିଜିଲାନ୍ସ ଜାଲରେ RWSSର ପୁଣି ଜଣେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର । ମୟୂରଭଂଜ ଉଦଳାରେ କାର୍ଯ୍ୟରତ ଇଂଜିନିୟର ରବି ନାରାୟଣ ପଣ୍ଡାଙ୍କ ଘରୁ ତ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି । ତେବେ ଚର୍ଚ୍ଚା ରହିଛି ତାଙ୍କ ଘରୁ ମିଳିଛି ଅନେକ ନାମୀ ବ୍ରାଣ୍ଡର ରିଷ୍ଟ ଓ୍ୱାଚ୍ । ତାଛଡ଼ା ରବିନାରାୟଣଙ୍କ ସମୁଦିଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ମିଳିବା ନାନା ସନ୍ଦେହ ସୃଷ୍ଟି କରିଛି ।

ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବାବୁ ବାର ଦେଖି ନାମୀଦାମୀ ଘଣ୍ଟା ପିନ୍ଧୁଥିଲେ । ଆଲିସାନ୍ ବିଲ୍ଡିଂରେ ବିତୁଥିଲା ରାଜକୀୟ ଜୀବନ । ହେଲେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ରବିନାରାୟଣ ପଣ୍ଡାଙ୍କୁ ମହଙ୍ଗା ପଡ଼ିଛି ଗଳାବାଟରେ ଉପାର୍ଜନ କରିଥିବା କଳା ଟଙ୍କା । ଆଉ ମାତ୍ର ୬ ମାସ ପରେ ଚାକିରିରୁ ଅବସରରେ ନେଇଥାନ୍ତେ, କିନ୍ତୁ ତା ପୂର୍ବରୁ ଆୟ ବହିର୍ଭୂତ ସଂପତି ଠୁଳ୍ ଅଭିଯୋଗରେ ଚଢଉ କରିଛି ଭିଜିଲାନ୍ସ ।

ସେହିପରି ରବିନାରାୟଣଙ୍କ ଭୁବନେଶ୍ୱର ଆଇଗିଣିଆରେ ରହିଛି ତିନିମହଲା କୋଠା । ଏହାର ଇଣ୍ଟେରିୟର କହୁଛି କେମିତି ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଆଲିସାନ୍ ବିଲ୍ଡିଂରେ ପ୍ରାୟ ଦେଢ କୋଟି ବ୍ୟାଙ୍କ ଲୋଲନରେ ତିଆରି କରିଥିବା କହୁଥିବା ବେଳେ ତାଙ୍କ କ୍ଲାସ ଓ୍ୱାନ କଣ୍ଟ୍ରାକଟର ପୁଅ ଏହି ବିଲ୍ଡିଂ ତିଆରି କରିଛନ୍ତି । ଏହାବାଦ ଖଣ୍ଡଗିରି ସପିଂ ପ୍ଲାଜାରେ ଦୁଇଟି ସପ୍, ପାତ୍ରପଡା ଟାଓ୍ୱାର ବ୍ଲୁ ହ୍ୱିଲରେ ଟୁ ବିଏଚକେ ଫ୍ଳାଟ୍ ରହିଛି ।

ଏବେ ଉଦଳା ସବଡିଭିଜନ RWSSର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ଅଛନ୍ତି ରବି ନାରାୟଣ । ଆଜି ଏକାଥରେକ ଉଦଳାସ୍ଥିତ ସରକାରୀ ଅଫିସ୍ ଓ କ୍ୱାର୍ଟର, କେନ୍ଦ୍ରାପଡାସ୍ଥିତ ପୈତୃକ ଘର, ଦାନପୁର ଓ ଶ୍ୱଶୁର ଘର କଂସାରରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି ।

ଏତିକିରେ ସରିନାହିଁ ହିସାବ । ଭୁବନେଶ୍ୱର ଆଇଆରସି ଭିଲେଜ୍ N6ରେ ରହୁଥିବା ତାଙ୍କ ସମୁଦିଙ୍କ ଘରେ ଚଢାଉ ବେଳେ ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା । ତେବେ ସମୁଦିଙ୍କ କହିବା କଥା, ଏହା ତାଙ୍କର ନୁହେଁ, ବନ୍ଧୁଙ୍କ ଟଙ୍କା । ଜାଗା ବିକ୍ରି ବାବଦକୁ ଦିଲ୍ଲୀର ଜଣେ ବନ୍ଧୁ ଏ ଟଙ୍କା ତାଙ୍କୁ ଦେଇଥିଲେ । ରବିନାରାୟଣ କେଉଁଠି କେତେ ଟଙ୍କା ବିନିଯୋଗ କରିଛନ୍ତି ତାର ଖୋଳତାଡ଼ ଚଳାଇଛି ଭିଜିଲାନ୍ସ

ଗତ ସେପ୍ଟମ୍ବର ୨୮ ତାରିଖରେ ସେହି RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସ ଫସିଥିଲେ ଭିଜିଲାନସ ଜାଲରେ । ନିଜର କଳାଟଙ୍କାକୁ ଲୁଚାଇବା ଲାଗି ସେ କ୍ରିପ୍ଟୋ କରେନ୍ସିକୁ ବାଛିଥିଲେ ।