/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687593753.jpg)
Nabarangpur additional sub-collector Prasanta Rout arrested
ଗିରଫ ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ । ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ ହୋଇଛନ୍ତି । ଏପଟେ ତାଙ୍କ ଅମାପ ସଂପତ୍ତିର ହିସାବନିକାଶ ଜାରି ରଖିଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କ ଘରୁ ଜବତ ଟଙ୍କା, କାଗଜପତ୍ର, ସ୍ଥାବର ଓ ଅସ୍ଥାବର ସଂପତ୍ତିର ଚୂଡାନ୍ତ ତାଲିକା ପ୍ରସ୍ତୁତ କରୁଛି ଭିଜିଲାନ୍ସ ।
ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ପହଞ୍ଚିଛନ୍ତି । ଗୋଟିଏ ଭୁବନେଶ୍ୱରରୁ ଏବଂ ଅନ୍ୟଟି ନବରଙ୍ଗୁପରରେ ଚଢାଉରେ ସାମିଲ ଥିଲେ । ଦୁଇ ଟିମ ସୁନ୍ଦରଗଡରେ ପହଞ୍ଚିବା ପରେ ଚାଲିଛି ହିସାବନିକାଶ । ପ୍ରଶାନ୍ତ ରାଉତଙ୍କର ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ।
ଖାନତଲାସିରେ ବର୍ତ୍ତମାନସୁଦ୍ଧା ଭୁବନେଶ୍ୱରରେ ଗୋଟିଏ ବହୁତଳ ପ୍ରାସାଦ, ୩ କୋଟି ୨ ଲକ୍ଷ ନଗଦ ଟଙ୍କା, ବେନାମି ଆକାଉଣ୍ଟରେ ୨୧ ଲକ୍ଷ ସହ ମୋଟ ଜମା ଟଙ୍କା ୬୨ ଲକ୍ଷ, ୫ଟି ପ୍ଲଟ୍, ୨ଟି କାର ଏବଂ ପିଲାମାନଙ୍କ ପଢ଼ାଖର୍ଚ୍ଚ ବାବଦରେ ୮୭ ଲକ୍ଷ ଟଙ୍କା ମିଳିଛି ।
ସୂଚନା ଥାଉ କି ଗତକାଲି ଭୁବନେଶ୍ୱର, ନବରଂଗପୁର, ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଏତେ ପରିମାଣର ଟଙ୍କା ମିଳିବା ଦେଖି ଭିଜିଲାନ୍ସ ଅଧିକାରୀ ବି ତାଜୁବ ହୋଇଯାଇଥିଲେ । ୨୦୧୮ରେ ମଧ୍ୟ ସେ ଏକ ଲାଞ୍ଚ ମାମଲାରେ ଧରାପଡ଼ିଥିଲେ । ସୁନ୍ଦରଗଡ଼ ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ସଂପୃକ୍ତ ମାମଲାରେ ଘର ସର୍ଚ୍ଚ କରିବାକୁ ଆସିଥିବା ବେଳେ ଭିଜିଲାନ୍ସ ଟିମ୍ ଏତେ ପରିମାଣର ସଂପତ୍ତି ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)