କାହାକୁ କେଉଁ ଚିନ୍ତା, ଓଡ଼ିଶା ସରକାରଙ୍କୁ ପଡ଼ିଛି ଷଣ୍ଢ ଚିନ୍ତା। ଅବଶ୍ୟ ଓଡ଼ିଶାରେ କୃଷି ଓ ପ୍ରାଣୀ ବିକାଶ ଦୃଷ୍ଟିରୁ ଦେକିଲେ ଏହା କିଛି କମ୍ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ। ରାଜ୍ୟରେ ଆଳୁ ଦର ପ୍ରସଙ୍ଗକୁ ନେଇ ଘମାଘୋଟ ଲାଗି ରହିଥିବା ବେଳେ, ଆଜି ଓଡ଼ିଶା ବିଧାନସଭାରେ ଉଠିଥିଲା ଷଣ୍ଢ ପ୍ରସଙ୍ଗ, ଯାହା ଖୁବ ରୋଚକ ଥିଲା। ସରକାର ହିସାବ ଦେଇଥିଲେ ଓଡ଼ିଶାରେ କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି ଓ ଆଗକୁ କେଉଁ ମାନର ଷଣ୍ଢ ପ୍ରଜନନ କରାଯିବ।
ଆଜି ବିଧାନସଭାରେ ପ୍ରଥମେ ଷଣ୍ଢ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି। ସେ ଏକ ଅଣତାରକା ଲିଖିତ ପ୍ରଶ୍ନ ପଚାରି କହିଥିଲେ- ମତ୍ସ୍ୟା ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଅନୁଗ୍ରହ କରି କହିବେ କି, ରାଜ୍ୟରେ କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି, ଏହାର ପରିସଂଖ୍ୟାନ କେତେ, ରାଜ୍ୟରେ ଷଣ୍ଢ ବଂଶ ଦୃତ ଗତିରେ ହ୍ରାସ ହେଉଥିବା ଘଟଣା ସତ୍ୟ କି, ଷଣ୍ଢ ବଂଶର ବୃଦ୍ଧି ଲାଗି ବିଭାଗ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଇଛି?
ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ବିଂଶତମ ପ୍ରାଣୀ ଗଣନା ଅନୁଯାୟୀ, ରାଜ୍ୟର ୩୦ ଗୋଟି ଜିଲ୍ଲାରେ ମୋଟ ୨,୩୦,୪୦୩ ସଂଖ୍ୟକ ଷଣ୍ଢ ଅଛନ୍ତି। ଏହାର ଏକ ଜିଲ୍ଲାୱାରୀ ତାଲିକା ପ୍ରଦାନ କରାଗଲା। ଉନ୍ନତ ମାନର ଷଣ୍ଢମାନଙ୍କୁ ପ୍ରଜନନ ସକାଶେ ହିମିକୃତ ଶୁକ୍ର ଭଣ୍ଡାର (FSB)ରେ ବ୍ୟବହାର କରଯାଉଅଛି। ରାଜ୍ୟରେ ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ୱାରା କୃତ୍ରିମ ପ୍ରଜନନ ଯୋଜନା ମାଧ୍ୟମରେ କୃତ୍ରିମ ପ୍ରଜନନ କରାଯାଇ ୯୦ ପ୍ରତିଶତ ଉନ୍ନତ ମାନର ମାଈବାଛୁରି ଜନ୍ମ ହେଉଅଛି।
ଅଧିକ ପଢ଼ନ୍ତୁ: Potato Tension: ପଶ୍ଚିମବଙ୍ଗରେ ‘ଆଳୁ’ ଧାରଣା ପ୍ରତ୍ୟାହୃତ; ଏଥର କମିବ ଦର !
ରାଜ୍ୟରେ ୧୯ତମ ପ୍ରାଣୀ ଗଣନା ଅନୁଯାୟୀ ୨,୬୩,୮୫୦ଟି ଷଣ୍ଢ ଥିଲେ ଯାହା ୨୦ତମ ପଶୁ ଗଣନାଠାରୁ ମାତ୍ର ୩୩, ୪୪୭ କମ୍। ରାଜ୍ୟରେ କୃତ୍ରିମ ପ୍ରଜନନ ଦ୍ୱାରା ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ଉନ୍ନତ ଅନୁବଂଶୀୟ ଗୁଣ ସମ୍ପନ୍ନ ଷଣ୍ଢର ଆବଶ୍ୟକତା ହୋଇଥିବାରୁ ରାଜ୍ୟରେ ଏହି ଧରଣର ଉନ୍ନତମାନର ଷଣ୍ଢ ବଂଶ ବୃଦ୍ଧି କରିବା ପାଇଁ ବିଭାଗ ତରଫରୁ ନିଆଯାଉଥିବା ପଦକ୍ଷେପର ବିବରଣୀ ସଂଲଗ୍ନ କରାଗଲା।
ଏବେ ପଢ଼ନ୍ତୁ ସରକାରୀ ହିସାବ ଅନୁସାରେ ରାଜ୍ୟର କେଉଁ ଜିଲ୍ଲାରେ ଅଛନ୍ତି କେତେ ଷଣ୍ଢ।
No. District Total
- Anugul 47377
- Balangir 5668
- Baleshwar 6312
- Bargarh 3922
- Boudh 3963
- Bhadrak 2475
- Cuttack 3746
- Debagarh 239
- Dhenkanal 1943
- Gajapati 12662
- Ganjam 7193
- Jagatsinghapur 1241
- Jajapur 1990
- Jharsuguda 1272
- Kalahandi 6794
- Kandhamal 17176
- Kendrapara 1517
- Kendujhar 4840
- Khordha 2532
- Koraput 39743
- Malkangiri 19221
- Mayurbhanj 13479
- Nabarangapur 21846
- Nayagarh 935
- Nuapada 2798
- Puri 2574
- Rayagada 17485
- Sambalpur 2695
- Subarnapur 3482
- Sundargarh 6730
Total 263850