Advertisment

Salman Khan: ଚାର୍ଜସିଟ ଦାଖଲ ପରେ ଛାନିଆ ସଲମାନ, ଘରେ ଲଗାଇଲେ ବୁଲେଟପ୍ରୁଫ୍ ଗ୍ଲାସ

ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟରେ ପ୍ରଥମେ ଥିଲେ ଅଭିନେତା ସଲମାନ୍ । ତାଙ୍କୁ ହତ୍ୟା କରିବା ପାଇଁ ଏହି ଗ୍ୟାଙ୍ଗ୍ ଫେଲ୍ ମାରିବା ପରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ସଲମାନ କଡା ସୁରକ୍ଷା ବଳୟରେ ରହୁଥିବାରୁ ସଫଳ ହୋଇପାରିନଥିଲା ଏହି ଗ୍ୟାଙ୍ଗ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ବୁଲେଟପ୍ରୁଫ୍ ଗ୍ଲାସ

ବୁଲେଟପ୍ରୁଫ୍ ଗ୍ଲାସ

ସଲମାନ୍ ଖାନଙ୍କ ଘରେ ଲାଗିଲା ବୁଲେଟ୍ ପ୍ରୁଫ୍ ଗ୍ଲାସ୍। ସଲମାନଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଅପସ୍କେଲ୍ ଗ୍ୟାଲେକ୍ସି ଆପାର୍ଟମେଣ୍ଟର ବାଲକୋନୀକୁ ବୁଲେଟ ପ୍ରୁଫ କରାଗଲା। ଏଥିସହ ତାଙ୍କ ଝରକାରେ ମଧ୍ୟ ବୁଲେଟ୍ ପ୍ରୁଫ୍ ଗ୍ଲାସ ଲଗାଯାଇଛି । ବାବା ସିଦ୍ଦିକି ହତ୍ୟା ମାମଲାରେ କୋର୍ଟରେ ପୋଲିସ୍ ଦାଖଲ କରିଥିବା ଚାର୍ଜସିଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ରହିଛି ।

Advertisment

୪୫୯୦ ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ ସଲମାନଙ୍କୁ ହତ୍ୟା କରିବା ପାଇଁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ କିଭଳି ଷଡଯନ୍ତ୍ର ରଚିଥିଲା, ତାହା ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି । ଗତ ବର୍ଷ ଏପ୍ରିଲ ମାସରେ ବାଇକରେ ଆସି ଦୁର୍ବୃତ୍ତମାନେ ସଲମାନଙ୍କ ଘର ଉପରକୁ ଗୁଳିଚାଳନା କରିଥିଲେ । ଏହା ପଛରେ ବିଷ୍ଣୋୟୀ ଗ୍ୟାଙ୍ଗର ହାତ ଥିବାର ସନ୍ଦେହ କରୁଥିଲେ । ଏହା ସେତେବେଳେ ସେ ପୋଲିସ ନିକଟରେ ମଧ୍ୟ କହିଥିଲେ । ତାଙ୍କ ନିଜ ଜୀବନ ପ୍ରତି ଓ ପରିବାର ପ୍ରତି ବିପଦ ଥିବାର ମଧ୍ୟ ସେ କହିଥିଲେ ।

ବାବା ସିଦ୍ଦିକି ହତ୍ୟା ମାମଲାରେ ପୋଲିସ ଚାର୍ଜସିଟରେ କୁହାଯାଇଛି ଯେ, ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟରେ ପ୍ରଥମେ ଥିଲେ ଅଭିନେତା ସଲମାନ୍ । ତାଙ୍କୁ ହତ୍ୟା କରିବା ପାଇଁ ଏହି ଗ୍ୟାଙ୍ଗ୍ ଫେଲ୍ ମାରିବା ପରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ସଲମାନ କଡା ସୁରକ୍ଷା ବଳୟରେ ରହୁଥିବାରୁ ସଫଳ ହୋଇପାରିନଥିଲା ଏହି ଗ୍ୟାଙ୍ଗ ।

Advertisment

ଅଧିକ ପଢ଼ନ୍ତୁ : ଅଭିନେତା ସଲମାନ୍‌ଙ୍କୁ ପୁଣି ଧମକ; ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ ମେସେଜ୍

ନିଜର ଅପରାଧିକ ସାମ୍ରାଜ୍ୟ ବଢ଼ାଇବା ପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା ଏହି ଗ୍ୟାଙ୍ଗ । ଅଭିନେତା ସଲମାନ ଓ କୁଖ୍ୟାତ ଅପରାଧୀ ଦାଉଦ ଇବ୍ରାହିମ୍ ସହ ଭଲ ସଂପର୍କ ଥିବାରୁ ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ସିଦ୍ଦିକି ହତ୍ୟା ମାମଲାରେ ପୋଲିସ୍ ୨୬ ଜଣଙ୍କୁ ଗିରଫ କରିଥିଲା ବେଳେ ୩ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ।

ମିଳିଥିବା ସୂଚନା ଓ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ସଲମାନଙ୍କ ଘର ସମ୍ମୁଖରେ ପୁଣି ଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ତା’ ସହ ନିକଟରେ ଖୋଲାଖୋଲି ଭାବେ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲେ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ। ସଲମାନଙ୍କ ଲିଙ୍କରେ ତାଙ୍କ ବେଶ୍ ନିକଟତମ ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗତବର୍ଷ ୧୨ ଅକ୍ଟୋବରରେ ଗୁଳି କରି ହତ୍ୟା କରିଥିଲେ ।

ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ିଛି। ତା’ ସହ ଏଥର ସଲମାନ୍ ୨୭ ଡ଼ିସେମ୍ବରରେ ୫୯ ତମ ଜନ୍ମ ଦିବସ ବି ସୁରକ୍ଷା ଦୃଷ୍ଟିକୋଣରୁ ବାନ୍ଦ୍ରା ଘରେ ପାଳନ କରିନଥିଲେ। ପ୍ରତିବର୍ଷ ଏହି ବାଲକୋନୀକୁ ଆସି ସଲମାନ୍ ଫ୍ୟାନଙ୍କୁ ଭେଟନ୍ତି। ଏହା ସାଧାରଣ ଭାବେ ଖୋଲା ରହେ କିନ୍ତୁ ଏବେ ଏହାକୁ ବୁଲେଟ ପ୍ରୁଫ ଗ୍ଲାସରେ ବନ୍ଦ କରାଯାଇଛି।

ଅଧିକ ପଢ଼ନ୍ତୁ : ସଲମାନ୍ ଖାନଙ୍କ ପାଇଁ ବାବା ସିଦ୍ଦିକ୍‌ଙ୍କୁ କରାଗଲା କି ହତ୍ୟା ? 

Salman Khan Mumbai Mumbai Police Bollywood Actor Bollywood Chargesheet Lawrence Bishnoi Gang
Advertisment
Advertisment