ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟରେ ପ୍ରଥମେ ଥିଲେ ଅଭିନେତା ସଲମାନ୍ । ତାଙ୍କୁ ହତ୍ୟା କରିବା ପାଇଁ ଏହି ଗ୍ୟାଙ୍ଗ୍ ଫେଲ୍ ମାରିବା ପରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ସଲମାନ କଡା ସୁରକ୍ଷା ବଳୟରେ ରହୁଥିବାରୁ ସଫଳ ହୋଇପାରିନଥିଲା ଏହି ଗ୍ୟାଙ୍ଗ ।
ଏହି ଘଟଣା ମୁମ୍ବାଇର ଜୋନ୍- ୫ରେ ଘଟିଥିଲା । ସନ୍ଦିଗ୍ଧ ବ୍ୟକ୍ତି ଲରେନ୍ସ ବିଷ୍ଣୋଇ ନାମ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ପଚରାଉଚରା କରୁଛି ।
ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ବୋଲି ଧମକପୂର୍ଣ୍ଣ ମେସେଜ୍ ଆସିଛି।
ମୁମ୍ବାଇ ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲ୍ ୟୁନିଟ୍ କହିଛି ଯେ, ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ଭାଇ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଏକ ଧମକପୂର୍ଣ୍ଣ ମେସେଜ୍ ପାଇଥିଲେ ।
କିଛି ଦିନ ପୂର୍ବରୁ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ଜଣେ ବ୍ୟକ୍ତି ୫ କୋଟି ଟଙ୍କା ମାଗିଥିଲେ ଆଉ ନ ଦେଲେ ହତ୍ୟା ଧମକ ଦେଇଥିଲେ। ଏନେଇ ସେ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ ଏହା ଭୁଲରେ ପଠେଇଥିଲେ।
ସୁରକ୍ଷା ବିପଦ ମଧ୍ୟରେ ବଲିଉଡ ଅଭିନେତା ସଲମାନ ଖାନ ଗୁରୁବାର ବିଳମ୍ବିତ ରାତିରେ ଟିଭି ରିଅଲିଟି ଶୋ ବିଗ୍ ବସ୍ ୧୮ର ସେଟ୍ରେ ପହଞ୍ଚିଥିଲେ। ୫୮ ବର୍ଷୀୟ ଅଭିନେତାଙ୍କ ଚାରିପାଖରେ କଡା ସୁରକ୍ଷା ଥିଲା।
ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସ୍ୱୀକାର କରିଛି ଯେ ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ସେ ଦାୟୀ। ଏହାରି ଭିତରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ଷ୍ଟାର୍ଙ୍କ ଅପେକ୍ଷା ଲରେନ୍ସ ବିଷ୍ଣୋଇ ଅଧିକ ସୁନ୍ଦର ଲାଗୁଛନ୍ତି।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ନେଇ ବଡ ଚର୍ଚ୍ଚା। କେତେକ ବଡ ନାଁ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ରହିଛି, ଯେଉଁଥିରେ ସଲମାନ ଖାନ ଏକ ନମ୍ବରରେ ରହିଛନ୍ତି। ଅନ୍ୟମାନେ କିଏ ଆସନ୍ତୁ ଜାଣିବା।
ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ।
ସଲମାନ ଖାନଙ୍କ ଘର ଉପରେ ଗୁଳି ମାଡ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନ୍ମୋଲ୍ ବିଷ୍ନୋଇ ବଲିଉଡ୍ ସୁପରଷ୍ଟାରଙ୍କ ଘରେ ଗୁଳି ମାଡ ପୂର୍ବରୁ ସୁଟରମାନଙ୍କୁ ୯ ମିନିଟ୍ର ପ୍ରେରଣାଦାୟକ ଭାଷଣ ଦେଇଥିଲେ।
ଅନୁମାନ କରାଯାଉଛି ସଲମାନ ଖାନଙ୍କ ଘର ଉପରକୁ ଆକ୍ରମଣ ପଛରେ ରହିଛି ଦୁଇଟି ବଡ଼ କାରଣ ।
ସାହାରା ଓଭରବ୍ରିଜ୍ ତଳୁ ସତ୍ୟେନ୍ଦ୍ର ସିଂ ଶେଖାୱତକୁ ଗିରଫ କରାଯାଇଥିଲା। ତା’ ନିକଟରୁ ନଗଦ ୨.୪୭ ଲକ୍ଷ ଟଙ୍କା, ମହିନ୍ଦ୍ରା ସ୍କର୍ପିଓ, ୧୧ଟି କାରର ଇଲୋକ୍ଟ୍ରୋନିକ୍ ଚାବି ଓ ନକଲି ନମ୍ବର ପ୍ଲେଟ୍ ଆଦି ଜବତ କରାଯାଇଛି।
ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲରାର ମାଷ୍ଟରମାଇଣ୍ଡ୍ ଗୋଲ୍ଡି ବ୍ରାର୍ର ପ୍ରକୃତ ନାମ ସତ୍ୱିନ୍ଦରଜିତ୍ ସିଂ। ସେ A+ କ୍ୟାଟେଗୋରୀର ଗ୍ୟାଙ୍ଗଷ୍ଟର ଥିବାବେଳେ କୋର୍ଟ ତାକୁ ପଳାତକ ଘୋଷଣା କରିଛନ୍ତି।
କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଜେରା ବେଳେ ଅଭିଯୁକ୍ତ ଶାହରୁଖ ସ୍ପେଶାଲ୍ ସେଲ୍କୁ କହିଛି, ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର୍ ଓ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ଓ ଲକି ହତ୍ୟା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି।