Advertisment

Salman Khan Receives Another Threat: ଅଭିନେତା ସଲମାନ୍‌ଙ୍କୁ ପୁଣି ଧମକ; ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ ମେସେଜ୍

ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ବୋଲି ଧମକପୂର୍ଣ୍ଣ ମେସେଜ୍ ଆସିଛି।

author-image
Sujit kumar Swain
 Salman Khan Receives Another Threat

Salman Khan Receives Another Threat

ସଲମାନଙ୍କୁ ପୁଣି ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ବୋଲି ଧମକପୂର୍ଣ୍ଣ ମେସେଜ୍ ଆସିଛି। 

Advertisment

ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ମାସେ ଭିତରେ ମାରିଦେବା ଲାଗି ଖୋଲା ଚେତାବନୀ ଦିଆଯାଇଛି। ଯଦି ସଲମାନଙ୍କ ସାହସ ଅଛି ତାଙ୍କୁ ବଞ୍ଚାଇ ଦେଖାନ୍ତୁ ବୋଲି ବି ଚେତାବନୀ ଦିଆଯାଇଛି। ତେବେ ଏବଂ କେଉଁଠୁ ଏହି ଧମକ ଆସିଛି ତାହା ଜଣାପଡ଼ିନାହିଁ। ୱର୍ଲି ଥାନା ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ଛାନଭିନ୍ ଚଳାଇଛି। ଗତ ମାସରେ ସଲମାନଙ୍କୁ ହତ୍ୟା ନେଇ ଏକାଧିକ ଥର ଧମକ ଆସିଥିଲା।

ଅଧିକ ପଢ଼ନ୍ତୁ: ବାବା ସିଦ୍ଦିକିଙ୍କ ହତ୍ୟା ପରେ କେଉଁମାନେ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ପରବର୍ତ୍ତୀ ଟାର୍ଗେଟ୍

Advertisment

ଗତକାଲି ଜୀବନରୁ ମାରିଦେବାକୁ କିଙ୍ଗ୍‌ ଖାନ୍‌ ଧମକ ମିଳିଥିଲା । ତେବେ ଏକ ଧମକ ପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ପରେ ମୁମ୍ବାଇର ବାନ୍ଦ୍ରା ପୋଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ବେଳେ ପୋଲିସ୍‌ ଜାଣିବାକୁ ପାଇଛି ଯେ ଏକ ଧମକପୂର୍ଣ୍ଣ କଲ୍‌ ଛତିଶଗଡ଼ର ରାୟପୁରରୁ ଆସିଥିବା ଜଣାପଡ଼ିଥିଲା । ପରେ ପୋଲିସ୍‌ ଟିମ୍‌ ରାୟପୁର ଯାଇ ଅଧିକ ତଦନ୍ତ ଜାରି ରଖିଛି ।

ଶାହରୁଖ୍‌ଙ୍କୁ ଧମକ ମିଳିବା ପରେ ମୁମ୍ବାଇ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛି । ଶାହାରୁଖ ଖାନଙ୍କୁ ଏହି ଧମକ ଦେବା ପଛର କାରଣ କ’ଣ ସେନେଇ ମୁମ୍ବାଇ ପୋଲିସ୍‌ ତଦନ୍ତ ଜାରି ରଖିଛି । ମୁମ୍ବାଇ ପୋଲିସର ଏକ ଟିମ୍ ରାୟପୁରରେ ପହଞ୍ଚିଛି। ସେଠାରେ ଏହି ଟିମ୍ ଏହି ମାମଲାର ତଦନ୍ତ ଜାରି ରଖିଛି । ତେବେ ଅଭିଯୁକ୍ତ ଜଣକ ଫୋନ୍‌ କରି କହିଥିଲେ କି ଯଦି ଶାହାରୁଖ ଖାନ ତାଙ୍କ ଜୀବନ ବଞ୍ଚାଇବାକୁ ଚାହାଁନ୍ତି ତେବେ ଆମକୁ କୋଟିଏ ଟଙ୍କା ଦିଅନ୍ତୁ । ନଚେତ୍ ତାଙ୍କୁ ପରିଣାମର ସାମ୍ନା କରିବାକୁ ପଡିବ । ଏହା କହିବା ପରେ ସେ ଫୋନ୍‌ କଲ୍‌କୁ କାଟିଦେଇଥିଲେ । ତେବେ ଏହି କଲ୍‌ କରିଥିବା ଅଭିଯୁକ୍ତଙ୍କ ନାମ ଫୈଜାନ ଖାନ ବୋଲି କୁହାଯାଉଛି । ଅଭିଯୁକ୍ତର ଫୋନ୍‌ ଏବେ ସୁଇଚ୍‌ ଅଫ୍‌ ରହିଛି । କିନ୍ତୁ ତା’ର ଲୋକେସନ୍‌ ଜାଣିବା ପାଇଁ ମୁମ୍ବାଇ ପୋଲିସ୍‌ ପକ୍ଷରୁ ପ୍ରୟାସ କରାଯାଉଛି । ବୁଧବାର ସନ୍ଧ୍ୟାରେ ବାନ୍ଦ୍ରାସ୍ଥିତ ପର୍ପଲ ହେଜ୍‌ ଷ୍ଟୁଡିଓରେ ଶାହାରୁଖ ଖାନଙ୍କୁ ଦେଖିବାକୁ ମିଳିଥିଲା ।​ କିଙ୍ଗ୍‌ ଖାନ୍‌ ଡବିଂ ପାଇଁ ଏଠାକୁ ଆସିଥିଲେ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: Anmol Bishnoi : ଆମେରିକାରେ ଲୁଚିଛି ଅନମୋଲ ବିଷ୍ଣୋଇ ! ଭାରତ ପ୍ରତ୍ୟର୍ପଣ ପାଇଁ ଚାଲଛି ପ୍ରସ୍ତୁତି

ଶାହରୁଖଙ୍କ ନିକଟକୁ ଧମକପୂର୍ଣ୍ଣ ଫୋ ମୁମ୍ବାଇ ପୋଲିସ ତୁରନ୍ତ ଏହି ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା 308 (4) ଏବଂ 351 (3) (4) ଲାଗୁ କରାଯାଇଛି । ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତକୁ ଶୀଘ୍ର ଧରାଯିବ । ଏହି ଧମକପୂର୍ଣ୍ଣ କଲ ପରେ ଇଣ୍ଡଷ୍ଟ୍ରିରେ ଭୟର ବାତାବରଣ ଖେଳିଯାଇଛି । ଏହାପୂର୍ବରୁ ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ସଲମାନଙ୍କୁ କ୍ରମାଗତ ଭାବରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କ ନାମରେ ଧମକ ଦେଉଛନ୍ତି । ଗତ ମାସରେ ସଲମାନଙ୍କ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା ।

Salman Khan Threat Lawrence Bishnoi Gang
Advertisment
Advertisment