Advertisment

ED Raid: ଟେକ୍‌ କମ୍ପାନୀରେ ରେଡ୍‌ କରୁଥିଲା ED, ଏହି ସମୟରେ ଚାଲିଗଲା ଚେୟାରମ୍ୟାନ୍‌ଙ୍କ ଜୀବନ

ଏହି ମାମଲାରେ MIDC ପୋଲିସ ଏକ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପରିବାର ପକ୍ଷରୁ ଦୁର୍ବ୍ୟବହାରର କୌଣସି ଅଭିଯୋଗ କରାଯାଇ ନାହିଁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଚାଲୁଥିଲା ରେଡ୍‌, ଚାଲିଗଲେ ଚେୟାରମ୍ୟାନ୍‌

ଚାଲୁଥିଲା ରେଡ୍‌, ଚାଲିଗଲେ ଚେୟାରମ୍ୟାନ୍‌

ମୁମ୍ବାଇର ଏକ ଟେକ୍ନୋଲୋଜି ଫାର୍ମରେ ରେଡ୍‌ କରୁଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଏହି ସମୟରେ ଚାଲିଗଲା କମ୍ପାନୀ ଅଧ୍ୟକ୍ଷଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ । ମୁମ୍ବାଇ ସ୍ଥିତ ଭକ୍ରାଙ୍ଗି ଟେକ୍ନୋଲୋଜି ଫାର୍ମର ଅଧ୍ୟକ୍ଷ ଦିନେଶ ନନ୍ଦୱାନାଙ୍କର ମୃତ୍ୟୁ ସେହି ସମୟରେ ହୋଇଥିଲା, ଯେତେବେଳେ ଅନ୍ଧେରୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍‌ ତାଙ୍କ ଘରେ ସର୍ଚ୍ଚ କରୁଥିଲା ।

Advertisment

ତେବେ ଦିନେଶ ନନ୍ଦୱାନାଙ୍କର ମୃତ୍ୟୁ କିପରି ହେଲା ତାହା ପୋଷ୍ଟମର୍ଟମ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଇଡି ରେଡ୍‌ ସମୟରେ ଦିନେଶ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: NAAC ରେଟିଂ ଲାଂଚ ମାମଲା; ୧୦ ଜଣଙ୍କୁ ଗିରଫ କଲା CBI

ସେପଟେ ଏହି ମାମଲାରେ MIDC ପୋଲିସ ଏକ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପରିବାର ପକ୍ଷରୁ ଦୁର୍ବ୍ୟବହାରର କୌଣସି ଅଭିଯୋଗ କରାଯାଇ ନାହିଁ । ସ୍ଥାନୀୟ ଡିଭିଜନ ସହାୟତାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଳନ୍ଧର ଟିମ୍‌ ନନ୍ଦୱାନାଙ୍କ ଘର ସମେତ ଅନେକ ସ୍ଥାନରେ ଚଢାଉ କରୁଥିଲେ । ଏହି ସମୟରେ, ନନ୍ଦୱାନାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହେଲା । ଚଢାଉ ସମୟରେ, ED ସାଧାରଣତଃ ଘରେ ଥିବା ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଥାଏ ଏବଂ ଏହି ପ୍ରକ୍ରିୟା ସମୟରେ ସେମାନଙ୍କର ଗତିବିଧି ଉପରେ କଡ଼ାକଡ଼ି ଭାବରେ ରୋକ ଲଗାଯାଇଥାଏ ।

Advertisment

ଦିନେଶ ନନ୍ଦୱାନାଙ୍କ ବିୟୋଗରେ ତାଙ୍କ କମ୍ପାନୀ ଏକ ବିବୃତି ଜାରି କରି କହିଛି, 'ଭଗୀର ଦୁଃଖର ସହିତ ଆମେ ଜଣାଉଛୁ ଯେ, ଆମର ପ୍ରମୋଟର ଏବଂ ଅଧ୍ୟକ୍ଷ ଏମେରିଟସ୍ ଦିନେଶ ନନ୍ଦୱାନା, ୩୧ ଜାନୁଆରୀରେ ୬୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିନେଶ ନନ୍ଦୱାନା ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ ଥିଲେ, ଯିଏ ବହୁତ ଦୃଢ଼ ମୌଳିକ ଆଧାରରେ କମ୍ପାନୀକୁ ବର୍ତ୍ତମାନର ସ୍ତରକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭକ୍ରାଙ୍ଗିକୁ ଏକ ସାଧାରଣ ପରାମର୍ଶଦାତା ସଂସ୍ଥାରୁ ଏକ ପ୍ରମୁଖ ଶକ୍ତିରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ କମ୍ପାନୀକୁ ଅଭିବୃଦ୍ଧିର ନୂତନ ଶିଖରରେ ପହଞ୍ଚାଇଛନ୍ତି’।

ଅଧିକ ପଢ଼ନ୍ତୁ: ରାତି ଅଧରେ କାଟୁଥିଲେ ୧୧ କେଭି, ଟେକି ନେଉଥିଲେ ଟ୍ରାନ୍ସଫରମର୍

Mumbai ED Raid
Advertisment
Advertisment