Advertisment

Stones thrown at Train: ଟ୍ରେନ୍‌ ଉପରକୁ ପଥର ଫିଙ୍ଗି ମାରୁଥିଲେ ଚମ୍ପଟ୍; ୨ଜଣଙ୍କୁ ମାଡ଼ି ବସିଲା ପୋଲିସ

କିଛିଦିନ ତଳେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ବେଳେ ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥର ମାଡ଼ ହୋଇଛି। ସବୁଥର ଆକ୍ରମଣକାରୀ ଖସି ଯାଉଥିବା ବେଳେ ଏଥର କିନ୍ତୁ ପୋଲିସ ହାବୁଡ଼ରେ ପଡିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Stones thrown at Vande Bharat train

Stones thrown at Vande Bharat train

କିଛିଦିନ ହେବ ଟ୍ରେନ୍‌କୁ ଟାର୍ଗେଟ୍ କରାଯାଉଛି। ରେଲୱେ ଟ୍ରାକ୍‌ରେ ସିଲିଣ୍ଡରଠାରୁ ଆରମ୍ଭ କରି ଡିଟୋନେଟର ପଡିଥିବା ଦେଖିବାକୁ ମିଳୁଛି। ଯାହାକି ପ୍ରମାଣିତ କରୁଛି ଯେ ଟ୍ରେନ୍ ଆଟାକ୍ ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଛି। କିଛିଦିନ ତଳେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ବେଳେ ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥର ମାଡ଼ ହୋଇଛି। ସବୁଥର ଆକ୍ରମଣକାରୀ ଖସି ଯାଉଥିବା ବେଳେ ଏଥର କିନ୍ତୁ ପୋଲିସ ହାବୁଡ଼ରେ ପଡିଛି। ଏକ୍ସପ୍ରେସ୍‌ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି।

Advertisment

ସୂଚନା ‌ଅନୁସାରେ, ବିହାରର ଗୟାସ୍ଥିତ ମନପୁର ରେଳ ବିଭାଗ ଅଞ୍ଚଳରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ ହୋଇଥିଲା। ଏଥିରେ ଟ୍ରେନ୍‌ର ଝରକା କାଚ ଭାଙ୍ଗିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଗୟା RPF ଏକ ସ୍ୱତନ୍ତ୍ର ଦଳ ଗଠନ କରି ଘଟଣାସ୍ଥଳରେ ପହଞ୍ଚିଥିଲା। । ଟ୍ରେନରେ ପଥର ଫିଙ୍ଗିବା ଅଭିଯୋଗରେ ରେଳ ସୁରକ୍ଷା ବଳ (RPF) ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ମନପୁରରର ବିକାଶ କୁମାର ଏବଂ ମନୀଷ କୁମାର। ପଚରାଉଚରା ବେଳେ ସେମାନେ ଆହୁରି ଟ୍ରେନକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲେ ବୋଲି ସ୍ୱୀକାର କରିଛନ୍ତି।

ଉଭୟ ଅଭିଯୁକ୍ତଙ୍କର ନାଁରେ ଥାନାରେ ମାମଲା ରହିଥିବା ବେଳେ ସେମାନେ ଜାମିନ୍‌ରେ ଅଛନ୍ତି। ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ରାମସେବାକଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଗୟା ଆରପିଏଫ୍ ପୋଷ୍ଟରେ ଧାରା ୧୫୩, ୧୪୭ ରେଳ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ସମୟରେ ରେଳ ବିଭାଗ ଏକ ଚେତାବନୀ ଦେଇଛି ଯେ ଚଳନ୍ତା କିମ୍ବା ଷ୍ଟେସନାରୀ ଟ୍ରେନରେ ପଥର ଫିଙ୍ଗିବା ଅପରାଧୀକ କାର୍ଯ୍ୟ । ଯେଉଁମାନେ ଟ୍ରେନରେ ପଥର ଫିଙ୍ଗନ୍ତି ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଏହାସହ ପଢ଼ନ୍ତୁ: Nandan Kanan Express Train Firing: ନନ୍ଦନକାନନ ଏକ୍ସପ୍ରେସ୍‌ ଉପରକୁ ଗୁଳିମାଡ଼, ଭାଙ୍ଗିଲା ଗାର୍ଡ ବଗିର ୱିଣ୍ଡୋ କାଚ

ରେଳବାଇ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ କୁମାର କହିଛନ୍ତି ଯେ ରେଳବାଇ ଏକ ଜାତୀୟ ସମ୍ପତ୍ତି । ଟ୍ରେନକୁ ସୁରକ୍ଷା ଦେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ନିଜ ନିଜ ଗାଁ ଓ ସହରରେ ଟ୍ରେନ୍ ଉପରେ ଆକ୍ରମଣ କରୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ଏବଂ ଆରପିଏଫ୍ ଓ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି।

ଗତମାସରେ ବରେଲି-ବାରାଣାସୀ ଏକ୍ସପ୍ରେସକୁ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରଯାଇଥିଲା। ରେଳଧାରଣାରୁ ୨ଫୁଟ ଲମ୍ୱ ଓ ୬କେଜି ଓଜନର କାଠଗଣ୍ଡି ରଖି ଟ୍ରେନ୍ ଦୁର୍ଘଟଣା କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା। ତେବେ ଲୋକୋ ପାଇଲଟ୍ ଉପସ୍ଥିତ ବୁଦ୍ଧି ଲଗାଇବା ସହ ରୁରୀକାଳୀନ ବ୍ରେକ୍ ଲଗାଇ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦେଇଥିଲେ। ଏହି ଘଟଣା ପରେ ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ​।

ଏହାସହ ପଢ଼ନ୍ତୁ: ଇଅର ଫୋନ୍‌ ଦେଇ ବସିଥିଲେ, ଧକ୍କା ଦେଲା ଟ୍ରେନ୍‌... ଚାଲିଗଲା ଜୀବନ

Train Accident Railways
Advertisment
Advertisment