• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନରେଗା କାମରେ ଭୟଙ୍କର ଦୁର୍ନୀତି ! ଏକଥା ଆମେ ନୁହେଁ, ସରକାରୀ ତଥ୍ୟ କହୁଛି । ଜଣେ ଦିବ୍ୟାଙ୍ଗ ମନରେଗା କାମ କରି ନେଉଛନ୍ତି ଟଙ୍କା । ତେବେ ଏହା କେମିତି ସମ୍ଭବ । ଜଣେ ଦିବ୍ୟାଙ୍ଗ କେମିତି କରିପାରିବେ କାମ । ଏଭଳି ଦୁର୍ନୀତି ଦେଖିବାକୁ ମିଳିଛି ବଲାଙ୍ଗିରିରେ । ଜାଲିଆତିର ସୀମା ପାର୍‌ କରିଦେଲେ । ଶେଷରେ ଦିବ୍ୟାଙ୍ଗଙ୍କୁ ବି ଛାଡ଼ିଲେନି । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଆପଣଙ୍କ ମନରେ ବି ସମାନ ପ୍ରଶ୍ନ ଆସୁଥିବ । ଜଣେ ଦିବ୍ୟାଙ୍ଗ କେମିତି କରିପାରିବେ କାମ । ଆଉ କେମିତି ଉଠାଇବେ ଟଙ୍କା ।

ଆଜ୍ଞା ହଁ ଆମେ ଯାହା କହୁଛୁ ତାହା ସତ । ଦିବ୍ୟାଙ୍ଗଙ୍କ ନାଁ-ଚଂଚଳ ବାଗ, ଗାଁ-ବାଙ୍କିବାହାଲ, ଜିଲ୍ଳା-ବଲାଙ୍ଗିର । ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ଚଂଚଳ ବାଗ ୬୦ ପ୍ରତିଶତ ଦିବ୍ୟାଙ୍ଗ । ତାଙ୍କ ଦୁଇ ଆଖିକୁ ଠିକ ଭାବରେ ଦେଖାଯାଏ ନାହିଁ ।  ହେଲେ ଅନ୍ୟପଟେ ମନରେଗାର ସରକାରୀ ପୋର୍ଟାଲରେ ତଥା ଡକ୍ୟୁମେଣ୍ଟରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ଚଂଚଳ ମନରେଗାରେ କାମ କରି ଟଙ୍କା ଉଠାଇଛନ୍ତି । ବାଙ୍କିବାହାଲ ଗାଁରେ ଜଂଗଳରେ ଗାତ ଖୋଳିବା, ଖେଳପଡିଆ ଓ ପୋଖରୀ ଉନ୍ନତୀକରଣ କାମରେ ଚଂଚଳ ବାଗ କାମ କରିଥିବା ସ୍ପଷ୍ଟ ଭାରରେ ଲେଖାଯାଇଛି । କିନ୍ତୁ ଚଂଚଳଙ୍କୁ ପଚାରିଲେ ସେ କହୁଛନ୍ତି ମୁଁ କୌଣସି କାମ କରି ନାହିଁ କି ମୋତେ କେହି ଟଙ୍କା ଦେଇ ନାହାନ୍ତି ।

ଅଧିକ ପଢ଼ନ୍ତୁ: ବେସରକାରୀ କାମକୁ ସରକାରୀ ବିଲ୍ : ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାମ

ଗତ ୨୦୨୧ ମସିହା ଅଗଷ୍ଟ ମାସରୁ ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚଂଚଳ ବାଗଙ୍କ ନାଁରେ ଉଠିଛି ହଜାର ହଜାର ଟଙ୍କା । କିନ୍ତୁ ଚଂଚଳ କୌଣସି ଗୋଟିଏ କାମ କରିନଥିବା କହିଛନ୍ତି । ଏପରିକି ସେ କାମ କରିବା ପାଇଁ ସକ୍ଷମ ମଧ୍ୟ ନୁହନ୍ତି ବୋଲି କହିଛନ୍ତି । କେବଳ ଚଂଚଳ ନୁହଁ ବାଙ୍କିବାହାଲ ଗାଁର ଅନେକ ନକଲି ଶ୍ରମିକଙ୍କ ନାଁରେ ଉଠିଛି ମନରେଗାର ଅସଲି ଟଙ୍କା । ଆଉ ଏହି ସବୁ ଦୁର୍ନୀତିର ମୂଳ, ଗାଁସାଥି ମିତ୍ରଭାନୁ ସାହୁ ଓ ଅନ୍ୟ ଅଧିକାରୀ ବୋଲି ଲୋକେ ଅଭିଯୋଗ କରିଛନ୍ତି । ନକଲି ନାଁରେ ଅସଲି ବିଲ ସମ୍ପର୍କରେ ସରପଂଚଙ୍କଠୁ ଜିଲ୍ଳାପାଳ, ସମସ୍ତଙ୍କ ପାଖରେ ଅଭିଯୋଗ କରିଛନ୍ତି । ହେଲେ ଫଳ ଶୂନ ।

ସେହିଭଳି ପୁଇଁନ୍ତଲା ବ୍ଳକରେ ହୋଇଛି ମନରେଗା ମହାର୍ଦୁନୀତି ? ପୁଇଁନ୍ତଲା ବ୍ଳକ ଦଶପୁର ପଂଚାୟତର ଦଶପୁର ଗାଁ । ଏହିଠାରେ ବି ମନରେଗା ମହାଦୁର୍ନିତୀରେ ହଡପ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଯେଉଁ ସ୍ଥାନରେ ମନରେଗା କାମ ହୋଇଛି ବୋଲି କୁହାଯାଇଛି, ତାହା ଦେଖିଲେ ଜଣାପଡ଼ୁନାହିଁ । କିନ୍ତୁ ଭଙ୍ଗା ଫଳକ ଦେଖିଲେ ଜଣାପଡୁଛି ମନରେଗା ଯୋଜନାରରେ କାମ ହୋଇଥିଲା । ୨୦୨୧-୨୨ କାର୍ଯ୍ୟବର୍ଷରେ ନୂଆମୁଣ୍ଡାରେ ଦଶ ଲକ୍ଷ ଟଙ୍କାର ମାଟି କାମ ହୋଇଛି । କିନ୍ତୁ ଫଳକରେ କେବେ କାମ ଆରମ୍ଭ ହୋଇଛି, ତାର କୌଣସି ସୂଚନା ନାହିଁ ।

ଖାଲି ଏତିକି ନୁହେଁ, ଗତ ପାଂଚ ବର୍ଷ ହେବ ପ୍ରତିବର୍ଷ ଏହି ସମାନ ଜାଗାରେ, ସମାନ କାମ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ । କିନ୍ତୁ ଆଜି ପର୍ଯ୍ୟନ୍ତ କାମ ହୋଇନି । ତେବେ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଚୁପ୍‌ ହୋଇ ବସିଛି । ସେପଟେ ଜିଲ୍ଳା ପ୍ରକଳ୍ପ ଅଧିକାରୀଙ୍କ ରେଡିମେଡ ଉତ୍ତର ଶୁଣିବାକୁ ମିଳିଛି । ଅଭିଯୋଗ ଆସିଲେ ତଦନ୍ତ ହେବ ।