Advertisment

ପୁଅ ସାଜିଲା ଯମଦୂତ; ଛେଳି ପାଇଁ ବାପାଙ୍କୁ ପିଟି ପିଟି ମାରିଦେଲା

ଗୋଟିଏ ଛେଳି  ପାଖରେ  ବାପାଙ୍କର ମୂଲ୍ୟ କ’ଣ ଏତେ ତୁଚ୍ଛ ? ବାପାଙ୍କ ଠାରୁ ଛେଳି କ’ଣ ଏତେ ଆପଣାର ? ଛେଳି ପାଇଁ ବାପା କ’ଣ ଏମିତି ଅଦରକାରୀ ହୋଇଯାନ୍ତି ? ଘଟଣାଟି ଜାଣିଲେ ଏମିତି ଅନେକ ପ୍ରଶ୍ନ ମନରେ ଆସିବ।

author-image
Minati Mishra
ଅଦ୍ୟତନ ହୋଇଛି
Murder in Sundargarh

murder in Sundargarh

ଗୋଟିଏ ଛେଳି  ପାଖରେ  ବାପାଙ୍କର ମୂଲ୍ୟ କ’ଣ ଏତେ ତୁଚ୍ଛ ? ବାପାଙ୍କ ଠାରୁ ଛେଳି କ’ଣ ଏତେ ଆପଣାର ? ଛେଳି ପାଇଁ ବାପା କ’ଣ ଏମିତି ଅଦରକାରୀ ହୋଇଯାଏ ? ଘଟଣାଟି ଜାଣିଲେ ଏମିତି ଅନେକ ପ୍ରଶ୍ନ ମନରେ ଆସିବ। ସାମାନ୍ୟ ଛେଳି ପାଇଁ କିଏ କ’ଣ କେବେ ବାପାର ଜୀବନ ନେଇପାରେ ? 

Advertisment

ଏମିତି ଏକ ଅଭିଯୋଗ ଆସିଛି ସୁନ୍ଦରଗ଼ଡ ଜିଲ୍ଲା ଲହୁଣୀପଡା ଥାନା ଗଣିଘସା ଗାଁରୁ । ଘରର ଛେଳିଟିଏ ହଜିଗଲା। ଏହାକୁ ନେଇ ବାପା-ପୁଅ ଭିତରେ ପାଟିତୁଣ୍ଡ ହୋଇଥିଲା। ହେଲେ ପାଟିତୁଣ୍ଡ ଏତେ ଉଗ୍ର ରୂପ ନେଇଥିଲା ଯେ ଶେଷରେ ବାପାକୁ ହତ୍ୟା କରିବାକୁ ପଛାଇଲା ନାହିଁ ପୁଅ।  ପୋଲିସ ସୂଚନା ଅନୁଯାୟୀ, ଗଣିଘସା ଗାଁର ଆକାଶ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲା । ଅପରାହ୍ନରେ ଛେଳିଙ୍କୁ ଧରି ଘରକୁ ଫେରିଥିବା ବେଳେ ଗୋଟିଏ ଛେଳି ହଜି ଯାଇଥିଲା ।

ଅଧିକ ପଢ଼ନ୍ତୁ: ପୁଅ ପାଲଟିଲା ସଇତାନ୍‌ ! ବାପା ଛାତିରେ ଛୁରି ଭୁସି ହତ୍ୟା

ବାପା ଭୂବନ ଆଉ ଗୋଟିଏ ଛେଳି କୁଆଡେ ଗଲା ବୋଲି ପଚାରିଥିଲେ।  ଏହି ଘଟଣାକୁ ନେଇ ଦୁଇ ଜଣକ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହେଲେ ଯୁକ୍ତିତର୍କ ଭୟଙ୍କର ରୂପ ନେଇଥିଲା। ଶେଷରେ ପୁଅ ଆକାଶ ଏକ ବାଡ଼ିରେ ବାପାକୁ ନିର୍ଘାତ ପିଟିଥିଲା  । ଗୁରୁତର ଅବସ୍ଥାରେ ବାପା ଭୂବନଙ୍କୁ ଲହୁଣିପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା  । ପୋଲିସ ଘଟଣାସ୍ଥଳରେ ପହଞ୍ଚି   ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଚଳାଇଛି।

Advertisment

Murder Goats
Advertisment
Advertisment