• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନ୍ମ କଲା ପୁଅ ସାଜିଲା ସାଇତାନ l ପୁଅର ଛୁରାମାଡ଼ରେ ବାପା ମୃତ । ନିଜ ବାପାକୁ ଛୁରି ଭୁସି ହତ୍ୟା କଲା ନିଶାସକ୍ତ ପୁଅ l ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ପଢାଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା l ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ଫେରାର ଥିବା ବେଳେ ଖୋଜୁଛି ଆସିକା ପୋଲିସ ।

ପ୍ରାଥମିକ ସୂଚନା ମୁତାବକ ଗତ ରାତିରେ କୌଣସି କାରଣକୁ କେନ୍ଦ୍ରକରି ମୃତ ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ମା, ଭଉଣୀଙ୍କୁ ଆକ୍ରମଣ କରିଥିଲା l ପରେ ରାଗର ଜରଜର ହୋଇ ନିଜ ବାପା ଦେବରାଜଙ୍କୁ ଗୋଟିଏ ଛୁରିରେ ଆକ୍ରମଣ କରି ତଳେ ପକାଇଦେଇଥିଲା । ଆଉ ତା’ପରେ ଛାତିରେ ଛୁରି ମାରି ଫେରାର ହୋଇଯାଇଥିଲେ l

ଅଧିକ ପଢ଼ନ୍ତୁ: ଅପମାନର ରକ୍ତାକ୍ତ ପ୍ରତିଶୋଧ! ଘରକୁ ଡକାଇ ଯୁବକଙ୍କୁ ୩୦ ଥର ଛୁରି ମାରି ହତ୍ୟା

ଏହି ଘଟଣା ପରେ ଦେବରାଜଙ୍କୁ ତୁରନ୍ତ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ଆଜି ସାଇଟିଫିକ ଟିମ ପହଁଚି ଛାନଭିନ ଆରମ୍ଭ କରିଥିବା ବେଳେ ହତ୍ୟାକାରୀ ପୁଅକୁ ଖୋଜୁଛି ପୋଲିସ l