/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661069244.jpg)
Special story
ଭୁବନେଶ୍ୱରରେ ଜଣେ ମହିଳା ସଫ୍ଟେୱେର ଇଂଜନିୟରଙ୍କ ଆତ୍ମହତ୍ୟା ଅଭିଯୋଗ । ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଶ୍ୱେତା ଉତ୍କଳ କୁମାରୀ , ଘର ଭଦ୍ରକ । ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ସଫ୍ଟେଓ଼୍ବର କମ୍ପାନିରେ ସେ କାମ କରୁଥିଲେ ।
ଗତ ଶୁକ୍ରବାର ପରିବାର ଲୋକେ ବାରମ୍ବାର ତାଙ୍କୁ ଫୋନ୍ କରିଥିଲେ । କିନ୍ତୁ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଦେଖାଉଥିଲା । ଏହା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାକୁ ଫୋନ କରି ଖବର ଦେଇଥିଲେ । ପୋଲିସ ଯାଇ ଦେଖିଲା ଘର ଭିତର ପଟୁ ବନ୍ଦ ଥିଲା । କବାଟ ଭାଙ୍ଗି ପୋଲିସ ତାଙ୍କ ଘରେ ପ୍ରବେଶ କରିବା ପରେ ଦେଖିଲା ଯୁବତୀଙ୍କ ମୃତଦେହ ଫ୍ୟାନରେ ଝୁଲୁଛି ।
ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଏକ ଡାଏରି ଓ ତାଙ୍କ ଫୋନ୍ ଜବତ କରାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ଉପଯୁକ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ଲୋକେ । ଶ୍ୱେତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଛି? ଯଦି ସେ ଆତ୍ମହତ୍ୟା କରିଛନ୍ତି, ତା’ହେଲେ କାହିଁକି?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)