• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉମେଶ ପାଲ୍ ହତ୍ୟାକାଣ୍ଡ ପରେ ସଫା ହୋଇଚାଲିଛି ଅତିକ୍(Atiq Ahmed) ଗ୍ୟାଙ୍ଗ । ନିଜେ ଅତିକ୍, ଭାଇ ଅଶ୍ରଫ୍, ପୁଅ ଅସଦ । ସମସ୍ତେ ଏବେ ଇତିହାସ । ହେଲେ ଅତିକର ପତ୍ନୀ ସାଇସ୍ତା ପରବୀନ ପୋଲିସ ହାତରେ ଧରାପଡ଼ିନି । ତେବେ ସାଇସ୍ତା ଅପେକ୍ଷା ଉତ୍ତରପ୍ରଦେଶ STF ପାଇଁ ଯେଉଁ ଅପରାଧୀ ଅଧିକ ଚିନ୍ତାର କାରଣ ପାଲଟିଛି, ସେ ହେଉଛି ଗୁଡ୍ଡୁ ମୁସଲିମ୍(Guddu Muslim) । ବୋମା ତିଆରି ଓ ବୋମା ଫୋପାଡ଼ିବାରେ ମାଷ୍ଟ୍ରି ଯୋଗୁଁ ସେ ପୂରା ପ୍ରୟାଗରାଜରେ କୁଖ୍ୟାତ ବମ୍-ବାଜ୍ ଗୁଡ୍ଡୁ ଭାବରେ ପରିଚିତ ।...

ଉତ୍ତରପ୍ରଦେଶ ପ୍ରୟାଗରାଜର ବହୁଚର୍ଚ୍ଚିତ ଉମେଶ ପାଲ୍ ହତ୍ୟାକାଣ୍ଡ ସମୟରେ ଏକ ସିସିଟିଭି ଫୁଟେଜ ଖୁବ୍‌ ଭାଇରାଲ୍ ହୋଇଥିଲା । ବ୍ୟାଗରୁ ଗୋଟିକ ପରେ ଗୋଟିଏ ବୋମା କାଢ଼ି ଫିଙ୍ଗୁଥିବା ଫେରାର୍ ଅପରାଧୀ ହେଉଛି ଗୁଡ୍ଡୁ ମୁସଲିମ୍ । ବମ୍ ଏକ୍ସପର୍ଟ, ଅତିକ୍ ଅହମ୍ମଦର ଡାହାଣ ହାତ, ଉମେଶ ପାଲ୍ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ, ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର । ଉମେଶ ପାଲ୍ ହତ୍ୟାକାଣ୍ଡରେ ସଂପୃକ୍ତ ୫ରୁ ଅଧିକ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଏବେବି ପୋଲିସକୁ ଚକମା ଦେଇ ବୁଲୁଛି ଗୁଡ୍ଡୁ ମୁସଲିମ୍।

ଅଧିକ ପଢ଼ନ୍ତୁ: UP ପୋଲିସର ବଡ଼ ଟାର୍ଗେଟ୍‌ ‘ସାଇସ୍ତା’ ! ଜାଣନ୍ତୁ ସେ କିଏ ? ଗ୍ୟାଙ୍ଗ୍‌ଷ୍ଟର ଅତିକ୍ ସହ ତା’ର କ’ଣ ଥିଲା ସମ୍ପର୍କ..?

କର୍ଣ୍ଣାଟକରେ ତାର ଶେଷ ଲୋକେସନ ଟ୍ରେସ୍ କରିଥିଲା ପୋଲିସ । ତେଣେ ଉତ୍ତରପ୍ରଦେଶ ପୋଲିସ ସ୍ପେଶାଲ୍ ଟାସ୍କ ଫୋର୍ସ ଅଧିକାରୀ କହିଛନ୍ତି ଯେ, ଗୁଡ୍ଡୁ ମୁସଲିମ ଗୋଟିଏ ବହୁତ ବଡ଼ ବିପଦ।...

ଗୁଡ୍ଡୁ ମୁସଲିମରର ଜନ୍ମ ଆହ୍ଲାବାଦରେ, ସ୍କୁଲ ବେଳୁ ଡକାୟତି ଓ ବଟି ଆଦାୟରେ ସଂଶ୍ଳିଷ୍ଟ ଥିଲା । ୫୦ ବର୍ଷୀୟ ଗୁଡ୍ଡୁ ମୁସଲିମ ବିଗତ ୧୦ ବର୍ଷ ହେଲା ଅତିକ୍ ଅହମ୍ମଦ ଗ୍ୟାଙ୍ଗରେ ସାମିଲ ହୋଇଥିଲା । ତା ଆଗରୁ ସେ ୟୁପିର ଅନେକ ଅଣ୍ଡରୱାଲ୍ଡ ଡନ୍ ସହିତ କାମ କରିଛି । ତେବେ ଖାସ୍ କଥା ହେଉଛି, ବୋମା ତିଆରି କରିବାରେ ସେ ଧୁରନ୍ଧର ।

ଗୁଳିକରି ନୁହେଁ, ବୋମା ଫିଙ୍ଗି ହତ୍ୟା କରିବାକୁ ପସନ୍ଦ କରେ ଗୁଡ୍ଡୁ ମୁସଲିମ । ସେ କଣ୍ଟା, ସୁତୁଲି, ଗନ୍ ପାଉଡର ଆଦି ଅଲଗା ଅଲଗା ପ୍ୟାକେଟରେ ରଖେ ଏବଂ ବାଇକ ପଛରେ ବସି ବସି ୪-୫ ମିନିଟରେ ହାତବୋମା ତିଆରି କରିପାରେ । ନେପାଳ ଅଣ୍ଡରୱାଲ୍ଡଠୁ ନେଇଛି ବୋମା ତିଆରି ଟ୍ରେନିଂ । ବଡ଼କଥା ହେଉଛି, ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ଅତିକ୍ ଓ ଅଶ୍ରଫ ଗୁଡ୍ଡୁ ମୁସଲିମ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଥିଲେ । ହେଲେ ତା ପୂର୍ବରୁ ପଏଣ୍ଟ ବ୍ଲାଙ୍କରୁ ବାଜିଥିଲା ଗୁଳି ।...

ତେଣେ କେବଳ ଗୁଡ୍ଡୁ ମୁସଲିମ ନୁହେଁ, ଅତିକ ଅହମ୍ମଦର ପତ୍ନୀ ସାଇସ୍ତା ପରବୀନକୁ ବି ଖୋଜୁଛି ଉତ୍ତରପ୍ରଦେଶ STF । ସେ ଅତିକକୁ କବର ଦେବା ବେଳେ ସେ ହୁଏତ ସ୍ୱାମୀକୁ ଶେଷଥର ପାଇଁ ଦେଖିବାକୁ ଆତ୍ମସମର୍ପଣ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପୁଅ ଓ ସ୍ୱାମୀର କବରସ୍ଥଳକୁ ଆସିନଥିଲା ସାଇସ୍ତା । ସାଇସ୍ତା ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରହିଛି । ତାକୁ ନୋଏଡ଼ା, ମିରଟ, ଦିଲ୍ଲୀ, ଓଖଲା ଓ ପଶ୍ଚିମବଙ୍ଗରେ ଖୋଜାଚାଲିଛି । ତାକୁ ଆଶ୍ରୟ ଦେଇଥିବା ୨୦ରୁ ଅଧିକ ଲୋକ ବି ପୋଲିସର ସନ୍ଦିଗ୍ଧ ତାଲିକାରେ ଅଛନ୍ତି ।...