Wife And Lover Kill Husband: ପତି ପତ୍ନୀଙ୍କ ସମ୍ପର୍କ ଆଗରେ ଭାରି ପଡିଲା ପ୍ରେମ ନିଶା ଆଉ ତା'ପରେ...

ସୌରଭ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ନିଜ ବନ୍ଧୁ ସାହିଲଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । କିନ୍ତୁ, ଶେଷରେ ସୌରଭ ତାଙ୍କ ଝିଅର ଭବିଷ୍ୟତ ବିଷୟରେ ଚିନ୍ତା କରି ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।

କାହାକୁ ନମିଳୁ ଏମିତି ପତ୍ନୀ !

ବିବାହ ଏକ ପବିତ୍ର ବନ୍ଧନ । ପତି ପତ୍ନୀଙ୍କ ସମ୍ପର୍କ ବିଶ୍ୱାସରେ ତିଷ୍ଠି ରହିଥାଏ। କିନ୍ତୁ, ଉତ୍ତରପ୍ରଦେଶ ମୀରଟରେ ଘଟିଥିବା ଏକ ଘଟଣା ଏହି ବିଶ୍ୱାସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରେମିକ ପ୍ରେମରେ ବାୟାଣୀ ହୋଇ ପତ୍ନୀ କରିଛି ସାଂଘାତିକ କାମ ।

ସେହି ଘଟଣା ଜାଣିଲେ ଆପଣ ମଧ୍ୟ କିଛି କ୍ଷଣ ଦୁଃଖ ପ୍ରକାଶ କରିବେ । ଘର ଭିତରୁ ପ୍ଲାଷ୍ଟିକ୍ ଡ୍ରମରୁ ମିଳିଲା ଯୁବକଙ୍କ ମୃତଦେହ । ଏହି ଖବର ବ୍ୟାପିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ସୌରଭ ରାଜପୁତ ମର୍ଚ୍ଚାଣ୍ଟ ନେଭିରେ ଚାକିରି କରୁଥିଲେ । ଏହି ହତ୍ୟାକାଣ୍ଡ ପଛରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ହାତଥିବା ନେଇ ପୋଲିସ ସନ୍ଦେହ କରୁଛି । ପୋଲିସ ଉଭୟଙ୍କୁ ଗିରଫ ମଧ୍ୟ କରିଛି । ବିଶ୍ୱାସଘାତକତା, ନିଷ୍ଠୁରତାର ସବୁ ସୀମା ଟପିଯାଇଛନ୍ତି ଏହି ମହିଳା । ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ୧୫ ଖଣ୍ଡକରି ଏକ ଡ୍ରମରେ ରଖି ସିମେଣ୍ଟରେ ବନ୍ଦ କରିଦେଇଥିଲା ପତ୍ନୀ ।

ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ଉତ୍ତରପ୍ରଦେଶର ମୀରଟର ବ୍ରହ୍ମପୁରୀ ନିକଟସ୍ଥ ଇନ୍ଦିରାନଗରରେ ରହୁଥିଲେ । ସୌରଭ ରାଜପୁତ ଏବଂ ମୁସ୍କାନ ରସ୍ତୋଗୀ ୨୦୧୬ରେ ପରିବାର ସଦସ୍ୟଙ୍କ ବିନା ସହମତିରେ ପ୍ରେମ ବିବାହ କରିଥିଲେ । ଦୁହେଁ ନିଜ ଛୋଟ ପରିବାର ସହିତ ଗତ ୩ବର୍ଷ ହେଲା ଇନ୍ଦିରାନଗରରେ ରହୁଥିଲେ । ସୌରଭ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ନିଜ ବନ୍ଧୁ ସାହିଲଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । କିନ୍ତୁ, ଶେଷରେ ସୌରଭ ତାଙ୍କ ଝିଅର ଭବିଷ୍ୟତ ବିଷୟରେ ଚିନ୍ତା କରି ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ହୋଲିରେ ସାଙ୍ଗ ନେଲା ସାଙ୍ଗର ଜୀବନ, ସାମାନ୍ୟ ବଚସାରୁ ଗୁଳି କରି କଲା ହତ୍ୟା

ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ମୀରଟ ଆସିଥିଲେ । ଏହାପରେ ମୁସ୍କାନ ୧୦ ଦିନ ପୂର୍ବରୁ ସ୍ବାମୀଙ୍କ ସହିତ ହିମାଚଳ ପ୍ରଦେଶ ବୁଲିବାକୁ ଯିବେ ବୋଲି ପଡୋଶୀଙ୍କୁ କହିଥିଲେ । ଏହାପରେ ସେ ଘରର ଗେଟରେ ତାଲା ପକାଇଦେଇଥିଲେ । ଏହାପରେ ଦୁହିଁଙ୍କୁ ଆଉ ଦେଖିବାକୁ ମିଳିନଥିଲା । ଉଭୟ ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, ମାର୍ଚ୍ଚ ୪ ତାରିଖରେ ମୁସ୍କାନ ସୌରଭଙ୍କ ଖାଇବାରେ ନିଦ ବଟିକା ମିଶାଇ ଦେଇଥିଲେ । ଏହାପରେ ସାହିଲ ତାଙ୍କୁ ଏକ ଛୁରୀ ସାହାଯ୍ୟରେ ହତ୍ୟା କରିଥିଲେ । ମୃତଦେହକୁ କାଟି ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟରେ ସିଲ୍ କରିଦେଇଥିଲେ ।

ପଡୋଶୀମାନେ ସୌରଭଙ୍କ ବିଷୟରେ ପଚାରିବାରୁ, ମୁସ୍କାନ କହିଥିଲେ ସୌରଭ ହିଲ୍ ଷ୍ଟେସନକୁ ଯାଇଛନ୍ତି । ଏମିତିକି ନିଜ ପ୍ରେମିକ ସାହିଲ ସହ ମିଶି ସୌରଭଙ୍କ ମୋବାଇଲକୁ ମନାଲି ନେଇଥିଲେ । ଏହାପରେ ସୌରଭଙ୍କ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ ମଧ୍ୟ କରିଥିଲେ । କିନ୍ତୁ ସୌରଭ ଦୀର୍ଘ ଦିନ ଧରି ପରିବାର ସଦସ୍ୟଙ୍କ ଫୋନ୍ ନଉଠାଇବାରୁ ,ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ମୁସ୍କାନଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।

ତେବେ ପୋଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି । ଗିରଫ ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛନ୍ତି । କେମିତି ସୌରଭକୁ ମାରିଥିଲେ, ମୃତଦେହକୁ କେମିତି ରଖିଥିଲେ ସବୁକିଛି ପୋଲିସ ଆଗରେ ମାନିଛନ୍ତି ।

ଅଧିକ ପଢ଼ନ୍ତୁ: ବାପା ଡିଜିପି, ଝିଅ ସ୍ମଗଲର୍; ବେଲ୍ଟ ଷ୍ଟ୍ରାପରେ ଲୁଚାଇଥିଲେ ୧୪ କିଲୋ ସୁନା...