Milk Theft
ସାଧାରଣତଃ ଚୋର ସୁନା ଅଳଙ୍କାର କି ଘରର ଦାମୀ ଜିନିଷ ଚୋରି କରେ। ଏମିତିକି ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ୍ କରି ଲୁଟ୍ କରିଥାଏ। ହେଲେ କ୍ଷୀର ପରି ସାଧାରଣ ଜିନିଷ ଚୋରି ନେଇ ଆପଣ କେବେ ଶୁଣିଛନ୍ତି କି ? ଆଇଟି ସିଟି ବେଙ୍ଗାଲୁରୁରେ ଏବେ ଏକ ନୂଆ ଅପରାଧ ସାମନାକୁ ଆସିଛି। ଚୋର ଦାମୀ ଜିନିଷ ନୁହେଁ ବରଂ ଦିନ ଦ୍ୱିପ୍ରହରରେ କ୍ଷୀର ପ୍ୟାକେଟ୍ ଚୋରି କରୁଥିବା ଦେଖିବାକୁ ମିଳିଛି। ଏମିତି ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ବେଙ୍ଗାଲୁରୁରେ ବଢି ଚାଲିଛି ଅପରାଧ। ଚୋର ଏବେ କ୍ଷୀର ପ୍ୟାକେଟ ଚୋରାଇବା ଆରମ୍ଭ କରିଛନ୍ତି। କ୍ଷୀର ଚୋରିର ଦୁଇଟି ଘଟଣା ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିକ୍ରେତା, ଗ୍ରାହକ ଏବଂ ପୋଲିସ ଅଡୁଆରେ ପଡିଛନ୍ତି। କୌତୂହଳର ବିଷୟ ହେଉଛି, ସକାଳେ ଏହି ଚୋରି ଘଟୁଛି। ଯେତେବେଳେ ବିତରକମାନେ ଗ୍ରାହକମାନଙ୍କ ଦୁଆରେ କ୍ଷୀର ପ୍ୟାକେଟ୍ ରଖିବାକୁ ଯାଉଛନ୍ତି ସେତେବେଳେ ଚୋର ଅତି ଚତୁରତା ସହ ଏହାକୁ ଚୋରି କରି ନେଉଛି।
ମଙ୍ଗଳବାର ଭୋର୍ରୁ ଚୋରମାନେ ଏକ ସ୍କୁଟରରେ ଆସି କୋନନକୁଣ୍ଟ ମେଟ୍ରୋ ଷ୍ଟେନସନ ନିକଟରେ ଦିଲ୍ଲୀପ ନାମକ ଜଣେ ବ୍ୟକ୍ତିଙ୍କର ଦୁଗ୍ଧ ବୁଥ୍ରୁ ଗୋଟିଏ ଟ୍ରେ ଚୋରି କରିନେଇଥିଲେ। କେଏମଏଫ୍ ଦୁଗ୍ଧ ଗାଡି ରାସ୍ତା କଡ଼ରେ କ୍ଷୀର କ୍ରେଟ୍ ଛାଡିଥିଲା, ଯେଉଁଠାରେ ଦିଲୀପ ପ୍ରତିଦିନ ସକାଳେ କ୍ଷୀର ବିକ୍ରି କରନ୍ତି । ଦିଲୀପ ସେଠାରେ ପହଞ୍ଚିବା ପୂର୍ବରୁ ଗାଡିରେ ତିନିଜଣ ବ୍ୟକ୍ତି ଗୋଟିଏ କ୍ରେଟ୍ ଚୋରି କରି ପଳାଇ ଯାଇଥିଲେ। ଦିଲୀପ ପୋଲିସ ହେଲ୍ପଲାଇନ ୧୧୨ କୁ ଫୋନ କରିଥିଲେ। ମାତ୍ର ସେତେବେଳକୁ ସେମାନେ ସେଠାରୁ ଚମ୍ପଟ ମାରିଥିଲେ।
ସୁବ୍ରମଣ୍ୟପୁରା ପୋଲିସ ସର୍କଲ ଅଧିକାରୀ ଦିଲୀପଙ୍କୁ ଏନେଇ ଅଭିଯୋଗ କରିବାକୁ କହିଥିଲେ, କିନ୍ତୁ ସେ ଏପର୍ଯ୍ୟନ୍ତ ପୋଲିସ ସହ ଯୋଗାଯୋଗ କରିନାହାଁନ୍ତି। ପ୍ରାୟ ୧୫ ରୁ ୨୦ ଲିଟର କ୍ଷୀର ଚୋରି ହୋଇଯାଇଛି। ଯାହାର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା। ଏହି ଚୋରି ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି। କିନ୍ତୁ ଗାଡିର ପଞ୍ଜୀକରଣ ନମ୍ବର ସ୍ପଷ୍ଟ ହୋଇନାହିଁ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି ଦୋକାନୀ ଅଭିଯୋଗ ଦାଖଲ କରନ୍ତି ତେବେ ଆମେ ଚୋରି ମାମଲା ପଞ୍ଜିକରଣ କରିବୁ।
ଅଧିକ ପଢନ୍ତୁ: Chinmaya Krishna Das: ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ବଢ଼ିଲା ଅଡୁଆ, ମିଳୁନାହାନ୍ତି ଓକିଲ
ଅନ୍ୟ ଏକ ଘଟଣାରେ ଇନ୍ଦିରାନଗର ବାସିନ୍ଦା ସୋସିଆଲ ମିଡିଆରେ ସିସିଟିଭି ଫୁଟେଜ ପୋଷ୍ଟ କରିଛନ୍ତି ଯେଉଁଥିରେ ଦୁଇଜଣ ମହିଳା ଇନ୍ଦିରାନଗରର ଘର ଫାଟକରେ ଝୁଲୁଥିବା ବ୍ୟାଗରୁ ଦୁଗ୍ଧ ପ୍ୟାକେଟ ଚୋରି କରୁଥିବା ଦେଖିବାକୁ ମିଳିଛି। ସୋମବାର ସକାଳେ ଏହି ଘଟଣା ଘଟିଛି। ଇନ୍ଦିରାନଗର ପୋଲିସ କହିଛି ଯେ ସେମାନେ କୌଣସି ଅଭିଯୋଗ ପାଇନାହାଁନ୍ତି, କିନ୍ତୁ X ରେ ଏହି ଘଟଣା ପୋଷ୍ଟ କରାଯାଇଛି। ତେବେ ଦୁଗ୍ଧ ଦର ବୃଦ୍ଧି ହେଉଥିବା ବେଳେ ଏବେ ଚୋରି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Milk_Theft_1733384318.jpg)