Advertisment

Priyanka Senapati Link Investigation Underway: ପ୍ରିୟଙ୍କାଙ୍କ ଆକାଉଣ୍ଟକୁ ଆସିଛି କି ଟଙ୍କା? ଚାଲିଛି ଯାଞ୍ଚ

ପ୍ରିୟଙ୍କା ସେନାପତିଙ୍କୁ ନେଇ ବଡ଼ ସୂଚନା ଦେଲେ ପୁରୀ ଏସପି । ସ୍କାନରରେ ଅଛି ଲ୍ୟାପଟପ ସମେତ ହ୍ୱାଟସଆପ ଓ ସବୁ ସୋସିଆଲ ମିଡିଆ ଆକାଉଣ୍ଟ । ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ସହ ଆର୍ଥିକ କାରବାରର ଚାଲିଛି ଖୋଳତାଡ଼ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Priyanka Senapati Investigation

Priyanka Senapati Investigation

ଗିରଫ ଜ୍ୟୋତି ମଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍‌ ପ୍ରସଙ୍ଗରେ ଚାଲିଛି ଖୋଳତାଡ । ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । ପୁରୀ ଏସପି କହିଛନ୍ତି, "ଜ୍ୟୋତି କେତେ ଥର ପୁରୀ ଆସିଥିଲେ ତାହାର ଖୋଳତାଡ କରିବା ସହ ସବୁ ତଦନ୍ତ ଏଜେନ୍ସି ସମ୍ପର୍କରେ ରହିଛୁ । ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି । ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହୁଁ, ତଦନ୍ତ ଚାଲିଛି ।" ପ୍ରିୟଙ୍କାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯିବା ସହ ଲ୍ୟାପଟପ ଓ ହ୍ୱାଟସଆପରୁ ନେଇ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ପୋଲିସ ସ୍କାନରରେ ରହିଛି । ଅର୍ଥ ନେଣଦେଣ ଉପରେ ମଧ୍ୟ ତନାଘନା କରୁଛି ପୋଲିସ । ପ୍ରିୟଙ୍କା ଓ ତାଙ୍କ ପରିବାରର ସମ୍ପତ୍ତି ନେଇ ଖୋଳତାଡ ଚାଲିଥିବା ସୂଚନା ଦେଇଛନ୍ତି ପୁରୀ ଏସପି ।

Advertisment

ସେପଟେ ସାମାନ୍ୟ ବ୍ଲଗରରୁ ପାକିସ୍ତାନରେ ଭିଆଇପି ଟ୍ରିଟମେଣ୍ଟ ପାଉଥିବା ଜ୍ୟୋତି ମଲହୋତ୍ରାଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି । ବର୍ଷକରେ ଏକାଧିକ ଥର ପାକିସ୍ତାନ ଯିବା ଓ ସେଠାକାର ହେଭିୱେଟଙ୍କ ସହ ବନ୍ଧୁତା ସନ୍ଦେହ ବଢାଉଛି । ସେପଟେ ଜ୍ୟୋତିଙ୍କ ସହ ପୁରୀରୁ ପହଲଗାମ ଯାଇ ଅକଳରେ ପଡିଛନ୍ତି ଓଡ଼ିଆ ଝିଅ ପ୍ରିୟଙ୍କା ସେନାପତି । ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କ କେତେ ନିବିଡ଼, କିଛି ତଥ୍ୟ ଲିକ୍ ହୋଇଛି କି ନାହିଁ ଓ କେଉଁ  ଆକାଉଣ୍ଟରୁ କିଛି ଟଙ୍କା ନେଣଦେଣ ହୋଇଛି କି ନାହିଁ ତାହାର ଖୋଳତାଡ ଚାଲିଛି । 

ଅଧିକ ପଢନ୍ତୁ : ୭ ମାସରେ ୨୫ ବିବାହ କରି ଲୁଟିଛନ୍ତି କୋଟି କୋଟି, ମହିଳାଙ୍କ ସମେତ ଫ୍ରଡ୍ ଗ୍ୟାଙ୍ଗ ସଦସ୍ୟ ଗିରଫ

Advertisment
Pakistan Investigation Odisha Youtuber Jyoti Malhotra
Advertisment
Related Articles
Advertisment