/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685673757.jpg)
prisoner flees from hospital during treatment
ମହିଳା ବେଶରେ ମେଡ଼ିକାଲରୁ ଛୁ ମାରିଲା ବିଚାରାଧୀନ ବନ୍ଦୀ। କଟକ ଏସସିବି ମେଡିକାଲରୁ ବିଚାରାଧୀନ ବନ୍ଦୀ ଜଣକ ଚମ୍ପଟ ମାରିିଛି। ତା ନାଁ ସାଜନ ଦାସ। ଘର ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳରେ।
Advertisment
ଏକ ଡକାୟତି ମାମଲାରେ ସେ ଗିରଫ ହୋଇଥିଲା। କିଛି ଦିନ ହେବ ସେ ଚୌଦ୍ବାର ଜେଲରେ ଥିଲା। ଦେହ ଅସୁସ୍ଥ ଥିବା ଯୋଗୁଁ ଗତ ୨୯ ତାରିଖରୁ ଏସସିବିରେ ଚିକିତ୍ସିତ ହେଉଥିଲା ସାଜନ।
ଗତକାଲି ପୋଲିସକୁ ଶୌଚ ପାଇଁ ଯିବାକୁ କହି ଶାଢ଼ୀ ପିନ୍ଧି ସାଜନ ଖସିଯାଇଥିବା ସୂଚନା ମିଳିଛି। ତେବେ ଏନେଇ ପୋଲିସ କିମ୍ବା ଚୌଦ୍ବାର ଜେଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
Advertisment
ଗତ ୨୮ ତାରିଖ ନିଆଳି କସର୍ଦାରେ ଜଣଙ୍କ ଘରେ ଚୋରି ଅଭିଯୋଗରେ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଥିଲେ । ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ଏହାପରେ ଅଭିଯୁକ୍ତ ଜଣକୁ ଚୌଦ୍ବାରା ଜେଲକୁ ପଠାଇ ଦିଆଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)