Advertisment

Policemen Shoot Dead: ପୋଲିସ ବସ୍‌ରେ ଫୁଟିଲା ଗୁଳି; ସାଥୀ ପୋଲିସଙ୍କୁ ମାରି ନିଜକୁ ଗୁଳି କଲେ କନଷ୍ଟେବଲ୍ !

ପୋଲିସ ଭ୍ୟାନ୍‌ଟି ସପୋରରୁ ତଲୱାର ଟ୍ରେନିଂ ସେଣ୍ଟର ଯାଉଥିଲା। ଏଥିରେ ଥିବା ୨ପୋଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ରାଗରେ ଜଣେ ଅନ୍ୟଜଣଙ୍କୁ ଗୁଳି କରିଥିବା ସନ୍ଦେହ କରାଯାଉଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
Firing

Firing

Advertisment

ପୋଲିସ ବସ୍ ଭିତରୁ ୨ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଜାମ୍ମୁ କାଶ୍ମୀର ଉଦ୍ଧମପୁର ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ପରସ୍ପର ଭିତରେ ଝଗଡ଼ାରୁ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । AK-47 ରାଇଫଲରେ ଜଣେ ସାଥି ପୋଲିସଙ୍କୁ ଗୁଳି କରି ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

Advertisment

ପୋଲିସର ସୂଚନା ଅନୁସାରେ, ସକାଳ ପ୍ରାୟ ସାଢେ ୬ଟାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସପୋରରୁ ତଲୱାର ଟ୍ରେନିଂ ସେଣ୍ଟର ଯାଉଥିବା ବେଳେ ଗୁଳିକାଣ୍ଡ ହୋଇଛି। ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା କାଳୀମାତା ମନ୍ଦିର ବାହାରେ ପୋଲିସ୍ ଭ୍ୟାନ୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଜଣେ ସହକର୍ମୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିଛନ୍ତି ଆଉଜଣେ ପୋଲିସ କର୍ମଚାରୀ। ଅଧିକାରୀ ଜଣକ କହିଛନ୍ତି ଯେ, ଆତ୍ମହତ୍ୟା କରିବା ପୂର୍ବରୁ ହେଡ କନଷ୍ଟେବଳ ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇଥିଲେ।ଏହି ଘଟଣାରେ ଗାଡିର ଡ୍ରାଇଭର, ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ଗାଡିରେ ଯାତ୍ରା କରୁଥିବା ଏକ ସିଲେକ୍ଟ ଗ୍ରେଡ୍ କନଷ୍ଟେବଳ ଆହତ ହୋଇଥିବା ବେଳେ ତାଙ୍କୁ ପଚରାଉଚରା କରାଯାଉଛି। ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ଅଧିକ ପଢନ୍ତୁ: ସ୍ୱର୍ଣ୍ଣ ମନ୍ଦିରରେ ଫୁଟିଲା ଗୁଳି; ଅଳ୍ପକେ ବର୍ତ୍ତିଲେ SAD ମୁଖ୍ୟ ସୁଖବୀର ସିଂ ବାଦଲ

Police Firing Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ