/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733291214.jpg)
Sukhbir Singh Badal Firing
ସ୍ବର୍ଣ୍ଣ ମନ୍ଦିରରେ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼। ସ୍ବର୍ଣ୍ଣ ମନ୍ଦିରରେ ସେବା କରୁଥିବା ବେଳେ ହଠାତ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୁଖବୀର ସିଂ ବାଦଲ। ଆକ୍ରମଣକାରୀ ଗୁଳି ଚଳାଇବା ମାତ୍ରେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଅଭିଯୁକ୍ତ ନାରାୟଣ ସିଂ ଚୌରାକୁ କାବୁ କରିନେଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଏବଂ ତା ନିକଟରୁ ଏକ ପିସ୍ତଲ ମଧ୍ୟ ଜବତ କରାଯାଇଛି। ତେବେ ଗୁଳିମାଡ଼ କରିଥିବା ନାରାୟଣ ସିଂ ଚୌରାଜଣେ ପୂର୍ବତନ ଆତଙ୍କବାଦୀ ବୋଲି କୁହାଯାଉଛି।
ଆଜି ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ବାବର ଖାଲସା ଇଣ୍ଟରନ୍ୟାସନାଲ (BKI)ର ପୂର୍ବତନ ଆତଙ୍କବାଦୀ ନାରାୟଣ ସିଂ ଚୌରା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ କରିଥିଲା। ନାରାୟଣ ସିଂ ଚୌରାକୁ ଉପସ୍ଥିତ ଥିବା ଲୋକଙ୍କୁ ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସର ସୂଚନାନୁସାରେ ଗତକାଲିଠାରୁ ଅଭିଯୁକ୍ତ ନାରାୟଣ ସିଂ ସ୍ୱର୍ଣ୍ଣ ମନ୍ଦିରରେ ଥିଲା। ଗୁଳି ଚଳାଇବା ପୂର୍ବରୁ ସେ ନତମସ୍ତକ ହୋଇଥିଲା ଓ ପରେ ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳି ଚଳାଇଥିଲା। ତେବେ ଗୁଳି ବିନିମୟରେ କେହି ଆହତ ହୋଇନଥିବା ଜଣାପଡିଛି ।
ସୂତ୍ରରୁ ପ୍ରକାଶ ଯେ ଧାର୍ମିକ ଦଣ୍ଡ ଅନୁଯାୟୀ ମନ୍ଦିର ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ସୁଖବୀର ସିଂ ବାଦଲ ସୁରକ୍ଷିତ ଅଛନ୍ତି। ଭିଡିଓରେ ସୁଖବୀର ସିଂ ବାଦଲ ଏକ ହ୍ୱିଲ ଚେୟାରରେ, ନୀଳ 'ସେବାଦାର' ୟୁନିଫର୍ମରେ ବସି ତାଙ୍କ ହାତରେ ବର୍ଚ୍ଛା ଧରିଥିବାର ଦେଖାଯାଇଛି। ଯେତେବେଳେ ସୁଟର ବନ୍ଧୁକ ବାହାର କରିଥିଲା, ସେ ତଳକୁ ନଇଁ ଯାଇଥିଲେ। ତେବେ ଅକାଳୀ ଦଳର ନେତାଙ୍କ ସହ ଉପସ୍ଥିତ ଥିବା ମନ୍ଦିର ଅଧିକାରୀମାନେ ତୁରନ୍ତ ସୁଟରକୁ କାବୁ କରି ନେଇଥିଲେ।
VIDEO | Punjab: A man opened fire at Shiromani Akali Dal leader Sukhbir Singh Badal at the entrance of Golden Temple, Amritsar. The person was overpowered by people present on the spot. More details are awaited.#PunjabNews#SukhbirSinghBadal
(Full video available on PTI… pic.twitter.com/LC55kCV864
— Press Trust of India (@PTI_News) December 4, 2024
ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସରକାରରେ ଥିବା ସମୟରେ ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ଶିଖ ସମାଜର ସୁପ୍ରିମ ଅଦାଲତ 'ଶ୍ରୀ ଅକାଳ ତଖ୍ତ ସାହିବ୍' ସୋମବାର ସୁଖବୀର ସିଂହ ବାଦଲଙ୍କ ସମେତ ୧୭ ଜଣଙ୍କୁ ଧାର୍ମିକ ଦଣ୍ଡ ଶୁଣାଇଥିଲେ।ଏହାପରେ ସଜା ଭାବରେ ସ୍ବର୍ଣ୍ଣ ମନ୍ଦିର ସମ୍ମୁଖରେ ବେକରେ ପଟ୍ଟି ପକାଇ ସେବା ଯୋଗାଉଛନ୍ତି ସୁଖବୀର ସିଂ ବାଦଲ।
ଅଧିକ ପଢନ୍ତୁ: Chinmaya Krishna Das: ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ବଢ଼ିଲା ଅଡୁଆ, ମିଳୁନାହାନ୍ତି ଓକିଲ
ପଞ୍ଜାବର ପୂର୍ବତନ ଡେପୁଟି ସିଏମ୍ ସୁଖବୀର ବାଦଲ ଅମୃତସରର ସୁବର୍ଣ୍ଣ ମନ୍ଦିର ବାହାରେ ଜଗିବା ସହିତଠାରୁ ଦଣ୍ଡ ଭୋଗୁଛନ୍ତି। ଦଣ୍ଡର ପ୍ରଥମ ଦିନରେ ସେ ସୁବର୍ଣ୍ଣ ମନ୍ଦିରର କମ୍ୟୁନିଟି ରୋଷେଇ ଘରେ ବାସନ ମଧ୍ୟ ସଫା କରିଥିଲେ। ଏହି ସମୟରେ ସେ ସେବାୟତମାନଙ୍କ ପୋଷାକ ପିନ୍ଧିଥିଲେ। ସୁଖବୀର ସିଂ ବାଦଲଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ଏକ ହ୍ୱିଲ ଚେୟାରରେ ବସି ଏହି କାମ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)