/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679471747.jpg)
DJ Azex Death Mystery
ଜଣାଶୁଣା ଡିଜେ ଆଜେକ୍ସଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ଖୋଳତାଡ କରୁଛି ପୋଲିସ । ବ୍ରେକ୍ ଅପ୍ ତାଙ୍କର ମୃତ୍ୟୁର ଅନ୍ୟ ଏକ କାରଣ ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ଆଜେକ୍ସଙ୍କ ଅନ୍ୟଜଣେ ବାନ୍ଧବୀ ସହ ସମ୍ପର୍କ ଥିବା ଜାଣିବା ପରେ ବିବାଦ ଉପୁଜିଥିଲା । ଏପରିକି ତାଙ୍କ ବାନ୍ଧବୀ ଜିଜ୍ଞାଶା ଓ ଅନ୍ୟ ଜଣେ ବାନ୍ଧବୀଙ୍କ ସହ କନଫରେନ୍ସରେ ମୁହାଁମୁହିଁ ହୋଇଥିଲେ ।
ସେହି କନଫରେନ୍ସ କଲ୍ର ପ୍ରମାଣ ଲାଗିଥିବା ପୋଲିସ କହୁଛି । ତେବେ ଡିଜିଟାଲ ଏଭିଡେନ୍ସ, ତାଙ୍କ ବାନ୍ଧବୀ ଓ ଜିଜ୍ଞାସାଙ୍କ ବୟାନରେ ତାଳମେଳ ଅଛି କି ନାହିଁ ସେ ନେଇ ଖୋଳତାଡ କରୁଛି ପୋଲିସ । ନିତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜେକ୍ସଙ୍କ ମୃତ୍ୟୁକୁ ପାଞ୍ଚ ଦିନ ବିତି ଯାଇଥିବା ବେଳେ ଏବେବି ବଢ଼ୁଛି ସସ୍ପେନ୍ସ । ଶ୍ୱାସରୁଦ୍ଧରୁ ଆଜେକ୍ସଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । କେବଳ ଏତିକି ନୁହେଁ ଆଜେକ୍ସଙ୍କ ବେକରେ ଦାଗ ଥିବା ମଧ୍ୟ ଉଲ୍ଲେଖ ରହିଛି ।
ଅଧିକ ପଢ଼ନ୍ତୁ: ଲଚକମଣି ଗୀତ ଗାଉଥିଲେ, ହଠାତ୍ କାହିଁକି ଆତ୍ମହତ୍ୟା କଲେ?
ଆଜିକୁ ପାଞ୍ଚ ଦିନ ତଳେ ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଆଜେକ୍ସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜେକ୍ସଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଥିଲେ ପରିବାର । ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।
ପରିବାର ଲୋକଙ୍କ କହିବା କଥା, ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଅକ୍ଷୟ ଓରଫ୍ ଆଜେକ୍ସ । ତେବେ ସେହି ଯୁବତୀଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରହିଥିଲା । ତାଙ୍କ ସହ କଥା ହେବାକୁ ମନା କରିବାରୁ ସଂପୃକ୍ତ ଯୁବତୀ ଓ ତାଙ୍କ ସାଙ୍ଗ ମିଶି ଅକ୍ଷୟଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । କିଛି ଦିନ ତଳେ ଯୁବତୀଙ୍କୁ ଫୋନ ପେରେ ୧୫ ହଜାର ଟଙ୍କା ପଠାଇଥିଲେ ଅକ୍ଷୟ । ତେଣୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଥାନାରେ ଅଭିଯୋଗ କରିଥିଲେ ଅକ୍ଷୟଙକ ପରିବାର ଓ ବନ୍ଧୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)