• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ଉଠିନି । ନିତି ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜେକ୍ସଙ୍କ ମୃତ୍ୟୁକୁ ଚାରି ଦିନ ବିତି ଯାଇଥିବା ବେଳେ ଆଜି ଆସିଛି ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧରୁ ଆଜେକ୍ସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । କେବଳ ଏତିକି ନୁହେଁ ଆଜେକ୍ସଙ୍କ ବେକରେ ଦାଗ ଥିବା ମଧ୍ୟ ଉଲ୍ଲେଖ ରହିଛି ।

ଅଧିକ ପଢ଼ନ୍ତୁ: ଲଚକମଣି ଗୀତ ଗାଉଥିଲେ, ହଠାତ୍‌ କାହିଁକି ଆତ୍ମହତ୍ୟା କଲେ?

ସୂଚନାଯୋଗ୍ୟ ଆଜିକୁ ଚାରି ଦିନ ତଳେ ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଆଜେକ୍ସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜେକ୍ସଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଥିଲେ ପରିବାର । ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।

ପରିବାର ଲୋକଙ୍କ କହିବା କଥା, ଭୁବନେଶ୍ୱର ର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଅକ୍ଷୟ ଓରଫ୍‌ ଆଜେକ୍ସ । ତେବେ ସେହି ଯୁବତୀଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରହିଥିଲା । ତାଙ୍କ ସହ କଥା ହେବାକୁ ମନା କରିବାରୁ ସଂପୃକ୍ତ ଯୁବତୀ ଓ ତାଙ୍କ ସାଙ୍ଗ ମିଶି ଅକ୍ଷୟଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । କିଛି ଦିନ ତଳେ ଯୁବତୀଙ୍କୁ ଫୋନ ପେରେ ୧୫ ହଜାର ଟଙ୍କା ପଠାଇଥିଲେ ଅକ୍ଷୟ । ତେଣୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଥାନାରେ ଅଭିଯୋଗ କରିଥିଲା ଅକ୍ଷୟଙ୍କ ପରିବାର ଓ ବନ୍ଧୁ ।