• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦିନେ ଲଚକମଣି ବେବିଲୋ , ବୟଫ୍ରେଣ୍ଡ ତୋର ହେବି ଲୋ...ଗୁଡୁଗୁଡୁ ବୁଲେଟ୍‌ ଗାଡିରେ ବଜାର ବୁଲେଇ ନେବିଲୋ ଗୀତରେ ବେଶ୍‌ ମାହୋଲ ଜମାଇଥିଲେ । ଡିଜେ ଲାଇଟ୍‌କୁ ଡିଜେ ଗୀତରେ ଝୁମୁଥିଲେ ଦର୍ଶକ । ଖାଲି ଦର୍ଶକ କାହିଁକି DJ Ajex ବି ନିଜକୁ ଲଚକମଣି ଗୀତରେ ବେଶ୍‌ ଝୁମାଇଥିଲେ । ଖାଲି ଲଚକମଣି ନୁହେଁ ବରଂ ବଜରଙ୍ଗ ବଜରଙ୍ଗ ଗୀତରେ ପୂରା ଧୂଳି ଉଡେଇଥିଲେ DJ Ajex । ହେଲେ ଏବେ ଆଉ ଶୁଭିବନି DJ Ajexଙ୍କ ସ୍ୱର କି ଦେଖିବାକୁ ମିଳିବନି ଅଣ୍ଟା ହଲା ଡ୍ୟାନ୍ସ । କାରଣ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି DJ Ajex । ଆଉ ଆତ୍ମହତ୍ୟା ସେ କାହିଁକି କଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ବେଶ୍‌ ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଅକ୍ଷୟଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସଂପୃକ୍ତି ଥିବା ସିଧାସିଧା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମାତ୍ର ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ୫ଟା ପରେ ବଦଳିଯାଇଛି ସମସ୍ତ ଚିତ୍ର ।

କେହି କେବେ କଳ୍ପନା ବି କରିନଥିଲେ ହଠାତ୍‌ ଖୁସିମିଜାଜର ଯୁବକ ଏମିତି ଆତ୍ମହତ୍ୟା କରିଦେବେ ବୋଲି । ବର୍ଷା ପରେ ବିଜୁଳି କଟିଯିବାରୁ ନିଜ ରୁମକୁ ପଳାଇଯାଇଥିଲେ DJ Ajex । ବାସ୍‌ ରୁମ୍‌ରେ ପହଞ୍ଚିବା ପରେ ଫ୍ୟାନରେ ଝୁଲିପଡିଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା ସତ ହେଲେ ବଞ୍ଚିପାରିନଥିଲେ ସେ । DJ Ajex ଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଛି ତ୍ରିକୋଣୀୟ ପ୍ରେମ କାହାଣୀ ।

ପୁଅର ମୃତ୍ୟୁ ପାଇଁ ଜଣେ ଯୁବତୀ ଓ ତାଙ୍କର ଜଣେ ବନ୍ଧୁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାରର କହିବା କଥା, ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଅକ୍ଷୟ। ତେବେ ସେହି ଯୁବତୀଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରହିଥିଲା । ତାଙ୍କ ସହ କଥା ହେବାକୁ ମନା କରିବାରୁ ସଂପୃକ୍ତ ଯୁବତୀ ଓ ତାଙ୍କ ସାଙ୍ଗ ମିଶି ଅକ୍ଷୟଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ଅଭିଯୋଗ ହୋଇଛି। କିଛି ଦିନ ତଳେ ଯୁବତୀଙ୍କୁ ଫୋନ ପେରେ ୧୫ ହଜାର ଟଙ୍କା ପଠାଇଥିଲେ ଅକ୍ଷୟ । ତେଣୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଥାନାରେ ଅଭିଯୋଗ କରିଛନ୍ତି ଅକ୍ଷୟଙ୍କ ପରିବାର ଓ ବନ୍ଧୁ ।

ତେବେ ରଙ୍ଗୀନ ଆଲୁଅରେ ନିଜ ଓ ନିଜର ଦର୍ଶକଙ୍କୁ ମଜାଉଥିବା DJ Ajex ହଠାତ୍‌ କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ ତାହାକୁ ନେଇ ଚର୍ଚ୍ଚା ବଢିଥିବା ପରେ ଏବେ ଗର୍ଲଫ୍ରେଣ୍ଡକୁ ପୋଲିସ ପଚରାଉଚରା କରୁଛି ନା ଆଉ କାହାକୁ ବାନ୍ଧୁଛି ତାହାକୁ ସମସ୍ତଙ୍କ ଅପେକ୍ଷା ।