/odishatv-khabar/media/post_attachments/uploadimage/library/16_9/16_9_0/Joyride_1748426382.jpg)
Joyride
ସାଧାରଣତଃ ସମସ୍ତେ ପାର୍କକୁ ଯାଇଥାଆନ୍ତି ମଜା ମସ୍ତି କରିବା ଓ ଆନନ୍ଦ ଉଠାଇବା ପାଇଁ । ହେଲେ ଏହି ଆନନ୍ଦ ଯଦି ଜୀବନକୁ ବିପଦରେ ପକାଇବ ତାହାଲେ ସେହି ଆନନ୍ଦ ପାଣି ଫୋଟକା ପରି ମିଳାଇଯାଏ । ତାମିଲନାଡୁର ଏକ ଆମ୍ୟୁଜମେଣ୍ଟ ପାର୍କରେ ଜଏରାଇଡ କାମ ନ କରିବା ଫଳରେ ୫୦ ଫୁଟ ଉଚ୍ଚତାରେ ୩୦ ଜଣ ଲୋକ ଝୁଲି ରହିବାର ଘଟଣା ସାମନାକୁ ଆସିଛି । ଏହି ଘଟଣା ଚେନ୍ନାଇର ଇଷ୍ଟ କୋଷ୍ଟ ରୋଡରେ ଥିବା ଏକ ପାର୍କରେ ଘଟିଛି । ଫସି ରହିଥିବା ଜଏରାଇଡରେ ବହୁ ଜଣ ମହିଳା ଓ ଶିଶୁ ମଧ୍ୟ ଥିଲେ ।
Thirty people, including eight children and ten women, were trapped mid-air for nearly three hours after a roller coaster malfunctioned at a private amusement park on East Coast Road (ECR) in Injambakkam on Monday. All were rescued safely by Fire and Rescue Services personnel. pic.twitter.com/OjlH0U7QHs
— A Selvaraj (@Crime_Selvaraj) May 27, 2025
ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା
ଏହି ଜଏରାଇଡର ନାମ ‘ଟପ ଗନ’ ହୋଇଥିବା ବେଳେ ଗତ କାଲି ସନ୍ଧ୍ୟା ୬ଟା ବେଳେ ଏହି ରାଇଡର ଡାହାଣ ପଟ ଇଞ୍ଜିନରେ ବହୁତ ଜୋରରେ ଏକ ଶବ୍ଦ ହୋଇଥିଲା । ତାପରେ ଆକାଶ ମଝିରେ ହିଁ ଝୁଲି ରହିଲା । ଯାହାକୁ ନେଇ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ । ଏହା ପରେ ରାତି ୯.୩୦ରେ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ସାଢେ ୩ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀମାନେ ସେମିତି ଆକାଶରେ ଝୁଲି ରହିଥିଲେ । ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ନିଜ ନିଜ ସ୍ଥାନରେ ବସି ରହିଥିଲେ । ଉଦ୍ଧାର କାର୍ଯ୍ୟ ଚାଲିବା ପର୍ଯ୍ୟନ୍ତ ଫସି ରହିଥିବା ଯାତ୍ରୀମାନଙ୍କୁ ପାଣି ଓ ବିସ୍କୁଟ ଦେଇଥିଲେ । ପ୍ରଥମେ ସିଡିରେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ବିଫଳ ହେବାରୁ ସ୍କାଏ ଲିଫ୍ଟ ସାହାଯ୍ୟରେ ସେମାନଙ୍କୁ ତଳକୁ ଅଣାଗଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)