Advertisment

Parrot Killed: ଶୁଆକୁ ଫାଶୀ ଦେଇ କରୁଥିଲେ ରିଲ୍ସ , ବାନ୍ଧିନେଲା ପୋଲିସ

ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲସ କରିବା । ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ । ବିରି ଖାଇଥିବା କାରଣରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ DFO ସନ୍ତୋଷ ।

ଅଦ୍ୟତନ ହୋଇଛି
parrot

DFO କହିଛନ୍ତି, ଉକ୍ତ ଶୁଆଟି ର ମୃତ୍ୟୁ ହୋଇଥିବା ବେଳେ ଆଜି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ । ନାକଟି ଦେଉଳ ଅଞ୍ଚଳରେ ଏହି ଭିଡିଓଟି ଶୁଟିଂ କରାଯାଇଥିଲା। ବୁଧବାର ସକାଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆହୁରି ବ୍ୟକ୍ତି ବିଶେଷ ସାମିଲ ଥିବା ବନବିଭାଗ ଜେରାରୁ ଜଣା ପଡିଛି। ଅନ୍ୟ ଜଣେ ଅଭିଯୁକ୍ତ ଶୁଆଟିକୁ ମାରିଥିବା ବାଇଗା ପ୍ରକାଶ କରିଛି। ସେ ହତ୍ୟା କରିନାହିଁ କେବଳ ରିଲ୍ସ କରିଥିଲା ବୋଲି ବାଇଗା ବୟାନ ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଥିବା ସୂଚନା ଦେଇଛନ୍ତି ଡିଏଫଓ।

ଅଭିଯୁକ୍ତ ମାନଙ୍କ ବିରୋଧରେ ୱାଇଲ୍ଡ ଲାଇଫ ଆକ୍ଟର ଧାରା ୯ ଅନୁସାରେ ମାମଲା ରୁଜୁ କରାଯାଇଛି। ରୋଜ ରିଙ୍ଗ ପାରାକିଟ (ଶୁଆ) ଯାହାକି ଏକ ସେଡ୍ୟୁଲ ଟୁ ଆନିମଲ ଏହାକୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ବିଲରୁ ବିରି ଖାଇଥିବା କାରଣରୁ ଶୁଆକୁ ଧରି ଉଭୟ ହତ୍ୟା କରିଥିଲେ। ହତ୍ୟା କରିବାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଉଭୟ ଅପଲୋଡ କରିଥିଲେ। ଭିଡିଓରେ ଥିବା ଫୋନ ନମ୍ବରକୁ ଟ୍ରାକ କରି ବନ ବିଭାଗ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଅମଳ ବେଳେ ଅଭାବୀ ବିକ୍ରି, ଚାଷୀଙ୍କୁ ମିଳୁନି ଅଦାର ଉଚିତ ମୂଲ୍ୟ

Wildlife Crimes Parrot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ