Advertisment

Laba Hansda: ବାନ୍ଧବୀଙ୍କ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ ହାଁସଦା, କହିଲେ...

ବିବାଦ ପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ ହାଁସଦା । ସୋସିଆଲ ମିଡିଆରେ ଭିଡିଓ ଜାରି କରି ରଖିଲେ ପ୍ରତିକ୍ରିୟା । କହିଲେ ଧୀରେ ଧୀରେ ସବୁ ସତ ସାମନାକୁ ଆସିବ । ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦକୁ ଆସିଛନ୍ତି ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Laba Hansda

Laba Hansda

ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦାଙ୍କ ବାନ୍ଧବୀ ମୃତ୍ୟୁ ମାମଲା । ଏନେଇ ପ୍ରଥମ ଥର ମୁହଁ ଖୋଲିଲେ ଲବ ହାଁସଦା । ବାନ୍ଧବୀଙ୍କ ମୃତ୍ୟୁର ଦେଢ ମାସ ପରେ ରଖିଲେ ପ୍ରତିକ୍ରିୟା । ସବୁ କଥା ଧୀରେ ଧୀରେ ସାମନାକୁ ଆଣିବି ବୋଲି କହିଛନ୍ତି ଲବ । ସୋସିଆଲ ମିଡିଆରେ ଭିଡିଓ ଜାରି କରି ସେ ପ୍ରତିକ୍ରିୟା ରଖିଛନ୍ତି । ଲବ କହିଛନ୍ତି, ମୁଁ ସୋଲମୀଙ୍କୁ କେବେ ନିର୍ଯାତନା ଦେଇନାହିଁ । ସେ ମୋ ବିଷୟରେ ସବୁ କଥା ଜାଣିଥିଲେ । ସବୁ ସତ ଧୀରେ ଧୀରେ ସାମନାକୁ ଆସିଯିବ । 

Advertisment

ଲବ ଆହୁରି କହିଛନ୍ତି, "ମୋ ଜୀବନରେ ଏମିତି ଦିନ ଆସିବ କି ଏପରି ଭିଡିଓ କରିବାକୁ ପଡ଼ିବ ବୋଲି ମୁଁ କେବେ ଭାବିନଥିଲି । ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛି । ମୁଁ ସୋଲମୀଙ୍କୁ କେବେ ନିର୍ଯାତନା ଦେଇନାହିଁ । ମୁଁ ଏମିତି କିଛି କରିନି ଯେଉଁଥିପାଇଁ କାହାର ଜୀବନ ଚାଲିଯିବ । ମୁଁ ଏତେ ବି ଖରାପ ନୁହେଁ ।"

ସୂଚନାଯୋଗ୍ୟ, ଲବଙ୍କ ବାନ୍ଧବୀ ସୋଲମୀ ମୁର୍ମୁ ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ହୋଇଥିବାବେଳେ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ହେଲେ ଗତ ମେ ମାସରେ ସେ ଆତ୍ମହତ୍ୟା କରିଥିଲେ ସୋଲମୀ । ଯେଉଁଥିପାଇଁ ଲବଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ ପରିବାରଲୋକେ । ଏହାପରେ ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ଥିବା କଥା ସାମନାକୁ ଆସିଥିଲା । ଏନେଇ ମାସେରୁ ଉର୍ଦ୍ଧ୍ୱ ସମୟ ଧରି ବିବାଦ ଲାଗି ରହିଥିବାବେଳେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଲବ । 

Advertisment

ଅଧିକ ପଢନ୍ତୁ:  ଫସିଲେ ଲବ ହାଁସଦା ! ସାମ୍ନାକୁ ଆସିଲା ପ୍ରେମିକାଙ୍କ ମୃତ୍ୟୁ ପୂର୍ବର ଅଡିଓ ରେକର୍ଡିଂ

Laba Hansda
Advertisment
Related Articles
Advertisment