• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ରାତି ଅଧିଆ ଛାନଭିନ୍‌ । ବିଳମ୍ବିତ ରାତିରେ ଖୋଳା ଗଲା Safty Tank । ଝାରସୁଗୁଡା ବିମାନବନ୍ଦର ଥାନାର ସ୍ୱରେଜ ଟାଙ୍କିକୁ ରାତିସାରା ଖୋଳାଗଲା । ବୁଧବାର ଦିନ ତମାମ କ୍ରାଇମବ୍ରାଞ୍ଚର ଜେରା ପରେ ସ୍ୱରେଜ୍ ଟାଙ୍କିରେ କିଛି ଦସ୍ତାବିଜ୍ ଅଭିଯୁକ୍ତ ଗୋପାଳ ପକାଇ ଥିବା ସୂଚନା ପାଇ ଖୋଳିଥିଲା କ୍ରାଇମବ୍ରାଞ୍ଚ ।

ADG ଅରୁଣ ବୋଥ୍ରା, ସମ୍ବଲପୁର IG ଅରୁଣ କୁମାର, ଝାରସୁଗୁଡା SP ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଓ ଜେରା କରିଛନ୍ତି । ମଧ୍ୟରାତ୍ରୀରେ ଅଭିଯୁକ୍ତ ଗୋପାଳଙ୍କୁ ଦାସଙ୍କୁ କ୍ରାଇମବ୍ରାଞ୍ଚର ମାରାଥନ ଜେରା ସହ କିଛି ସଫେଇ କର୍ମଚାରୀଙ୍କୁ ନେଇ ଟାଙ୍କି ଖୋଲିଛି । କ୍ରାଇମବ୍ରାଞ୍ଚ ଖୋଜୁଛି ଗୋପାଳର ହାତଲେଖା କାଗଜ । ହାତ ଲେଖା କାଗଜକୁ ଗୋପାଳ ଚିରି ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଲାଟ୍ରିନରେ ଫ୍ଳସ କରିଥିବାରୁ ତାକୁ କ୍ରାଇମବ୍ରାଞ୍ଚ ଖୋଜୁଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଘନ ଘନ ହେଉଛି ତଦନ୍ତ, ହେଲେ ଏଯାଏଁ ଜଣାପଡ଼ିନି ହତ୍ୟା ପଛର କାରଣ ?

ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲେ, ସେନେଇ ହାତ ଲେଖା କାଗଜରେ ଗୋପାଳ ପୁରା ଘଟଣା ଲେଖିଥିଲା ବୋଲି ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ପରେ କାଳେ ଲୋକ ଧରି ଜୀବନ ନେଇ ଯିବେ ଗୋପାଳ ସନ୍ଦେହ କରିଥିଲା । ମାତ୍ର ହତ୍ୟାକାଣ୍ଡ ପରେ ପୋଲିସ ଗୋପାଳକୁ ଝାରସୁଗୁଡା ଏୟାରପୋର୍ଟ ଥାନାକୁ ନେଇଥିଲା।

ଆଉ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିଯାଇଥିବାରୁ ଗୋପାଳ ହାତ ଲେଖା କାଗଜକୁ ଚିରି ପାଇଖାନାର ଫ୍ଲସ୍ କରିଦେଇଥିବା ଚର୍ଚ୍ଚା ହେଉଛି ।