Advertisment

Burnt Minor Girl: ବଳଙ୍ଗା ଅଭାବନୀୟ ଘଟଣା: ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି !

ନାବାଳିକାର ଶରୀର ଉପରିଭାଗ ପ୍ରାୟ ୭୦% ପୋଡ଼ିଛି । ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟ୍ କୁ ସ୍ଥାନାନ୍ତରିତ ହୋଇଛି ।

author-image
Sujit kumar Swain
Minor Girl Suffers 70% Burns

Minor Girl Suffers 70% Burns

ନାବାଳିକାଙ୍କୁ ଜାଳିଦେଲେ। ବାଲେଶ୍ବର FM କଲେଜ ଘଟଣା ମନରୁ ଲିଭୁଣୁ ଆଉ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ପିପିଲି ନିକଟ ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଆଉ ଅଭାବନୀୟ ଘଟଣା।  ତେବେ ନାବାଳିକାଙ୍କ ଶରୀର ୭୦% ପୋଡ଼ିଛି ! ପିପିଲି ବଳଙ୍ଗା ନାବାଳିକାର ଶରୀର ଉପରିଭାଗ ପ୍ରାୟ ୭୦% ପୋଡ଼ିଛି । ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟ୍ କୁ ସ୍ଥାନାନ୍ତରିତ ହୋଇଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା ଆରମ୍ଭ ହୋଇଛି । 

Advertisment

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଗାଁ ପାଖ ନଦୀ ବନ୍ଧକୁ ୩ରୁ ୪ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇଥିଲେ। ସେଠାରୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ। ଏହାପରେ ସେଠାରୁ ଚମ୍ପଟ ମାରିଥିଲେ। ଘଟଣା ପରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି।

ନାବାଳିକାକୁ ଜାଳିଦେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏମ୍ସରେ ନାବାଳିକାର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଓ ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Advertisment

ଅନ୍ୟପଟେ ସ୍ପେଶାଲ୍ ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଛି କହିଲେ ପୁରୀ ଏସପି ପିନାକ ମିଶ୍ର। ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ହୋଇଥିବାରୁ ଗୁରୁତର ସହ ନେଇଛି ପୋଲିସ । ବର୍ତ୍ତମାନ ସୁଦ୍ଧା କାହାରିକୁ ଅଟକ ରଖାଯାଇନି । କିଛି ଲୋକଙ୍କ କେବଳ ପଚରାଉଚରା ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ଏଯାଏଁ ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ଏସପି ।

AIIMS Crime News AIIMS-Bhubaneswar Puri News
Advertisment
Related Articles
Advertisment