Advertisment

Bomb Threat: ସ୍କୁଲ ଉଡାଇଦେବାକୁ ମିଳୁଛି ଧମକ...ହେଉଛି କି ବଡ ଆତଙ୍କୀ ଯୋଜନା ?

ସ୍କୁଲ ଉଡାଇଦେବାକୁ ମିଳୁଛି ଧମକ। ଦେଶର ୮୫ରୁ ଅଧିକ ସ୍କୁଲକୁ ମିଳିଛି ଧମକପୂର୍ଣ୍ଣ ମେଲ୍। ଦିଲ୍ଲୀର ୪୫ରୁ ଅଧିକ ସ୍କୁଲକୁ ବୋମା ଧମକ। ବେଙ୍ଗାଲୁରୁର ୪୦ରୁ ଅଧିକ ସ୍କୁଲକୁ ଆସିଛି ଧମକପୂର୍ଣ୍ଣ ମେଲ୍।

author-image
Prasan Subudhi
ବୋମା ଧମକ

ବୋମା ଧମକ

ଦେଶର ୮୫ରୁ ଅଧିକ ସ୍କୁଲକୁ ମିଳିଛି ଧମକପୂର୍ଣ୍ଣ ମେଲ୍। ବାରମ୍ବାର ଏଭଳି ଧମକ ମିଳିବା ପରେ ବଡ଼ ଆତଙ୍କୀ ଯୋଜନାକୁ ନେଇ ଆଶଙ୍କା କରାଯାଉଛି। ଏହାରି ଭିତରେ ଦିଲ୍ଲୀର ୪୫ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିଲାଣି। ସେହିପରି ବେଙ୍ଗାଲୁରୁର ୪୦ରୁ ଅଧିକ ସ୍କୁଲକୁ ଆସିଛି ଧମକପୂର୍ଣ୍ଣ ମେଲ୍। ଏଭଳି ଘଟଣା ପରେ ଅଭିଭାବକ ମହଲରେ ଆତଙ୍କ ପ୍ରକାଶ ପାଇଛି।

Advertisment

ଏହି ମେଲ୍‌ଗୁଡିକରେ ଲେଖାଯାଇଛି ଯେ, "ବିସ୍ଫୋରକଗୁଡ଼ିକୁ କଳା ପ୍ଲାଷ୍ଟିକ୍ ବ୍ୟାଗ୍‌ରେ ଚତୁରତାର ସହିତ ଲୁଚାଇ ରଖାଯାଇଛି। ମୁଁ ତୁମ ସମସ୍ତଙ୍କୁ ଏହି ଦୁନିଆରୁ ପୋଛି ଦେବି। ଜଣେ ବି ବଞ୍ଚିବେ ନାହିଁ। ଯେତେବେଳେ ମୁଁ ଏହି ଖବର ଦେଖିବି ସେତେବେଳେ ମୁଁ ଖୁସିରେ ହସିବି, କାରଣ ଦେଖିବି ଯେ ପିଲାମାନଙ୍କ ବାପାମାଆମାନେ ସ୍କୁଲ୍‌କୁ ଆସୁଛନ୍ତି ଆଉ ସେମାନଙ୍କ ପିଲାମାନଙ୍କର ନିସ୍ତେଜ୍ ଆଉ କ୍ଷତ-ବିକ୍ଷତ ଶରୀରକୁ ଦେଖୁଛନ୍ତି।

ଶୁକ୍ରବାର ହିଁ ଦିଲ୍ଲୀର ୨୦ରୁ ଅଧିକ ସ୍କୁଲକୁ ବୋମା ମାଡ଼ କରାଯିବାର ଧମକ ଦିଆଯାଇଛି। ଏହାକୁ ନେଇ ପୋଲିସ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ସେଠାରେ କୌଣସି ସନ୍ଦେହଜନକ ସାମଗ୍ରୀ ମିଳି ନାହିଁ। ଏହା ସହିତ ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳର ଏକ ସ୍କୁଲରେ ବୋମା ମାଡର ଧମକ ଆସିଛି। ଏହାକୁ ନେଇ ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଠାରେ ସର୍ଚ୍ଚ ଅପରେସନ୍ ଚାଲିଛି।

Advertisment

ଏହା ବ୍ୟତୀତ ଦିଲ୍ଲୀର ରୋହିଣୀ ସେକ୍ଟର ୩ରେ ଥିବା ଅଭିନବ ପବ୍ଲିକ୍ ସ୍କୁଲକୁ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି। ଆଉ ଏକ ଧମକ, ରୋହିଣୀର ସେକ୍ଟର ୨୪ରେ ଥିବା ସୋଭରେନ୍ ସ୍କୁଲକୁ ଆସିଥିଲା।

ବର୍ତ୍ତମାନ ଦିଲ୍ଲୀ ପୋଲିସ କହିଛି ଯେ ଶୁକ୍ରବାର ସୁଦ୍ଧା ୪୫ରୁ ଅଧିକ ସ୍କୁଲ ଉପରେ ବୋମା ମାଡ଼ ହେବାର ଧମକ ମିଳିଛି। ଏଭଳି ଧମକପୂର୍ଣ୍ଣ ମେଲ୍ ପାଇବା ପରେ ପୋଲିସ ବିଭାଗରେ ଆତଙ୍କ ଖେଳିଯାଇଛି। ଅଗ୍ନିଶମ ବାହିନୀ ଏବଂ ବମ୍ ସ୍କ୍ୱାଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ଦିଲ୍ଲୀ ପରେ, ଏବେ ବେଙ୍ଗାଲୁରକୁ ବି ଧମକ। ଏଠାରେ ଅତି କମରେ ୪୦ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ମିଳିଛି ଧମକ। ଏହି ସୂଚନା ପାଇବା ପରେ, ପୋଲିସ ସକ୍ରିୟ ହୋଇ ଉଠିଛି ଆଉ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ବେଙ୍ଗାଲୁରୁ ସିଟି ପୋଲିସ, ସ୍କୁଲଗୁଡ଼ିକରେ ଅନେକ ଟିମ୍ ମୁତୟନ କରିଛି। ଛାତ୍ର ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବୋମା ନିରୋଧୋକ କର୍ମଚାରୀମାନଙ୍କୁ ମଧ୍ୟ ମୁତୟନ କରାଯାଇଛି ଏବଂ ସ୍କୁଲ ପରିସର ଯାଞ୍ଚ କରାଯାଇଛି।

Search On Malicious Emails Bomb Threat Police Investigation
Advertisment
Advertisment