• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଟକ ବକ୍ସ ଡ୍ରେନ୍‌ରେ ନାବାଳିକା ଗଳିପଡ଼ିବା ଘଟଣା । କଟକ ବଡ଼ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଗମାଣ୍ଡିଆ ଅଞ୍ଚଳରେ ବକ୍ସ ଡ୍ରେନ୍‌ କାମ ଚାଲୁଥିବା ବେଳେ ଆଜି ଅପରାହ୍ଣରେ ଜଣେ ନାବାଳିକା ଏହା ମଧ୍ୟକୁ ଗଳି ପଡ଼ିଥିଲେ । ଏହାସହ ପାଦ ଚଲା ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଥିଲା ।

ନାବାଳିକା ଡ୍ରେନ୍‌ ପାଣିରେ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକ ଏହାଦେଖି ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଥିଲେ । ନାବାଳିକା ଜଣକ ଗୁରୁତର ରହିଥିବାବେଳେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ୧୬ ବର୍ଷୀୟ ନାବାଳିକାଙ୍କ ଘର କେଶରପୁରରେ । ଉକ୍ତ ନାବାଳିକା ପୋଲ ଉପରେ ଯାଉଥିବା ବେଳେ ହଠାତ୍‌ ପୁରୁଣା ଲୁହା ପୋଲଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ନାବାଳିକା ଜଣକ ଫସି ଯାଇଥିଲେ । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ସ୍ଥାନୀୟ ବାସିନ୍ଦା ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିଥିଲେ ।

ଏହାପରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅସ୍ଥାୟୀ ରାସ୍ତା ତିଆରି କରାଯାଉ ନଥିବା ଅଭିଯୋଗ ହୋଇଛି।

  • Reported by:
  • DEBASHISH MOHANTY