Advertisment

କଟକରେ ପୁଣି ଅଘଟଣ: ବକ୍ସ ଡ୍ରେନ୍‌ କାମ ଚାଲୁଥିବା ବେଳେ ଗଳି ପଡ଼ିଲେ ନାବାଳିକା

କଟକରେ ପୁଣି ଡ୍ରେନ୍‌ କାମ ବେଳେ ଅଘଟଣ। ବକ୍ସ ଡ୍ରେନ୍‌ କାମ ଚାଲୁଥିବା ବେଳେ ଆଜି ଅପରାହ୍ଣରେ ଜଣେ ନାବାଳିକା ଏହା ମଧ୍ୟକୁ ଗଳି ପଡ଼ିଛନ୍ତି। ଏହାସହ ପାଦ ଚଲା ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cuttack Drain Mishap

Minor girl injuries after iron bridge collapses during box drain construction work in cuttack

କଟକରେ ପୁଣି ଡ୍ରେନ୍‌ କାମ ବେଳେ ଅଘଟଣ। ଗମାଣ୍ଡିଆ ଅଞ୍ଚଳରେ ବକ୍ସ ଡ୍ରେନ୍‌ କାମ ଚାଲୁଥିବା ବେଳେ ଆଜି ଅପରାହ୍ଣରେ ଜଣେ ନାବାଳିକା ଏହା ମଧ୍ୟକୁ ଗଳି ପଡ଼ିଛନ୍ତି। ଏହାସହ ପାଦ ଚଲା ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ନାବାଳିକା ଜଣକ ଡ୍ରେନ୍‌ ପାଣିରେ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକ ଏହାଦେଖି ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଛନ୍ତି। ନାବାଳିକା ଜଣକ ଗୁରୁତର ଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ୧୬ ବର୍ଷୀୟ ନାବାଳିକାଙ୍କ ଘର କେଶରପୁରରେ ବୋଲି ଜଣାପଡ଼ିଛି। ଉକ୍ତ ନାବାଳିକା ପୋଲ ଉପରେ ଯାଉଥିବା ବେଳେ ହଠାତ୍‌ ପୁରୁଣା ଲୁହା ପୋଲଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ନାବାଳିକା ଜଣକ ଫସି ଯାଇଥିଲେ। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ସ୍ଥାନୀୟ ବାସିନ୍ଦା ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅସ୍ଥାୟୀ ରାସ୍ତା ତିଆରି କରାଯାଉ ନଥିବା ଅଭିଯୋଗ ହୋଇଛି।

ସୂଚନାଥାଉ କି, ଗତକାଲି ମଧ୍ୟ କଲ୍ୟାଣ ନଗର ଅଞ୍ଚଳରେ କାମ ଚାଲିଥିବା ବେଳେ କାର୍‌ ଗଳି ପଡ଼ି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା। 

Advertisment
Road Accident Drain Mishap
Advertisment
Advertisment