• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥମେ ବିଶ୍ୱାସରେ ବିଷ ଆଉ ପରେ ଯୁବତୀଙ୍କ ସର୍ବନାଶ ଉଦ୍ୟମ । ପ୍ରଥମେ ବିବାହରେ ଧୋକ୍କା ଦେବା ପରେ ପ୍ରତିଶୋଧ ନେବାକୁ ଏସିଡ୍ ଫିଙ୍ଗିଲା ଜହ୍ଲାଦ ଯୁବକ । ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଭୀମପୁର ଗାଁରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ପୁରା ଘଟଣାଟି ଥିଲା ଏମିତି ।

ସମୟ ଦିନ ପ୍ରାୟ ସାଢେ ୧୧ଟା । ସ୍ଥାନୀୟ ଭୀମପୁରା ଗାଁର ଏକ ଭଡ଼ାଘରେ ରହୁଥିବା ବର୍ଷା ସିଂ ଘରକୁ ଆସିଥିଲେ ଅଭିଯୁକ୍ତ ଚନ୍ଦନ ରଣା ଓ ତାର ଜଣେ ସହଯୋଗୀ । ଏଇ ସମୟରେ ଘରେ ବର୍ଷା, ତାଙ୍କ ସାନ ଭଉଣୀ ବନିତା ଓ ଦୁଇ ପୁଅ-ଝିଅ ବି ଥିଲେ । କୁହାଯାଉଛି ଚନ୍ଦନ ଓ ବନିତାଙ୍କ ମଧ୍ୟରେ ହଠାତ ଯୁକ୍ତିତର୍କ ପରେ ତାଙ୍କ ଉପରେ ଅତର୍କିତ ଭାବେ ଏସିଡ୍ ମାଡ଼ କରିଥିଲା ଚନ୍ଦନ । ଭଉଣୀ ବର୍ଷା ଓ ଦୁଇ ଛୁଆଙ୍କ ଉପରେ ଏସିଡ୍ ବୁନ୍ଦା ଛିଟିକି ପଡ଼ିବାରୁ ସେମାନେ ମଧ୍ୟ ଆହତ ହୋଇଥିଲେ । ଏ ଘଟଣା ପରେ ୪ ଆହତ ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଅଭିଯୁକ୍ତ ଚନ୍ଦନ ଓ ତାର ସହଯୋଗୀ।

ବନିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଆଜିକୁ ଦେଢମାସ ତଳେ ବନିତାଙ୍କୁ ପ୍ରେମ ବିବାହ କରିଥିଲା ଚନ୍ଦନ । ଉଭୟ ପରିବାରର ସହମତିରେ ମନ୍ଦିରରେ ବିବାହ ହୋଇଥିଲା । କିନ୍ତୁ ଚନ୍ଦନ ପୂର୍ବରୁ ବିବାହିତ ଓ ତାର ଦୁଇଟି ଛୁଆ ଥିବା କଥା ଜାଣିବାକୁ ପାଇବା ପରେ ନିଜ ବାପଘରକୁ ଚାଲି ଆସିଥିଲେ ବନିତା। ବାପଘରକୁ ଆସିବା ପରେ ବନୀତା ସେହି ଭୀମପୁରା ଗାଁରେ ନିଜ ବଡ଼ ଭଉଣୀଙ୍କ ଘରେ ରହୁଥିଲେ । ଆଉ ଏପଟେ ବନୀତାଙ୍କ ଏ ପଦକ୍ଷେପ ପରେ ରାଗରେ ଜଳୁଥିଲା ଚନ୍ଦନ । ତେଣୁ ପ୍ରତିଶୋଧ ନେବାକୁ ଆଜି ପୂର୍ବ ପ୍ରସ୍ତୁତି କରି ଏସିଡ୍ ବୋତଲ ସହ ବନୀତାଙ୍କ ନିକଟକୁ ଆସିଥିବା କୁହାଯାଉଛି । ସହଦେବଖୁଣ୍ଟା ପୋଲିସ ଘଟଣାର ତଦନ୍ତ କରୁଛି ।

ଏସିଡ୍ ଆକ୍ରମଣ ପରେ ବନିତାଙ୍କ ଶରୀରର ପ୍ରାୟ ୭୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱରରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।