/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676891804.jpg)
Acid Attack
ଘରେ ପଶି ମହିଳାଙ୍କୁ ଏସିଡ୍ ମାଡ଼ । ୨ ଶିଶୁଙ୍କ ସହ ୪ ଗୁରୁତର । ସମସ୍ତଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଭୀମପୁର ଗାଁରେ ଘଟିଛି ଏହି ଜଘନ୍ୟ କାଣ୍ଡ । ସୂଚନା ମୁତାବକ, ଗାଁର ଜଣେ ମହିଳାଙ୍କୁ ଦେଢମାସ ତଳେ ନୟାପାଟଣାର ଚନ୍ଦନ ରଣା ବାହା ହୋଇଥିଲେ ।
ତେବେ ବାହାଘର ପରେ ସ୍ୱାମୀ ପୂର୍ବରୁ ବିବାହିତ ଥିବା ଜାଣି ମହିଳା ଜଣଙ୍କ ତାଙ୍କ ସହିତ ଆଉ ଯାଇନଥିଲେ । ଏପରିକି କଥା ଥାନା ଯାଏ ମଧ୍ୟ ଯାଇଥିଲା । ତେବେ ଆଜି ହଠାତ ମହିଳା ଜଣଙ୍କ ଘରକୁ ଆସିଥିଲେ। ଅଭିଯୁକ୍ତ ଚନ୍ଦନ କଥା କଟାକଟି ଭିତରେ ସାଂଗରେ ଆଣିଥିବା ଏସିଡ୍ ମହିଳାଙ୍କୁ ମାଡ଼ କରିଥିଲେ । ତାଙ୍କୁ ବଂଚାଇବାକୁ ଯାଇ ମହିଳାଙ୍କ ବଡ଼ ଭଉଣୀ ଓ ତାଙ୍କ ୨ ଛୁଆଙ୍କ ଉପରେ ବି ଏସିଡ୍ ପଡିଯାଇଥିଲା । ଏହାପରେ ଅଭିଯୁକ୍ତ ସ୍ୱାମୀ ଚନ୍ଦନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଖବର ପାଇ ମହିଳାଙ୍କ ପରିବାର ଲୋକେ ପହଂଚି ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ଚନ୍ଦନ ବର୍ତ୍ତମାନ ଫେରାର୍ ଥିବାବେଳେ ତାକୁ ଧରିବାକୁ ଚେଷ୍ଟା ଚଳାଇଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)